ତପସ୍ୱିନୀଙ୍କୁ ମିଳିଲା ଭରଣପୋଷଣ ଟଙ୍କା

ବ୍ରହ୍ମପୁର: ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଜି ତାପସ୍ୱିନୀ ଦାଶଙ୍କୁ ମିଳିଛି ଭରଣପୋଷଣ ବାବଦକୁ ୧୭ ହଜାର ଟଙ୍କା। ଡାକ୍ତର ସୁମିତ ସାହୁ ତାଙ୍କ ଓକିଲଙ୍କ ଜରିଆରେ ଏସ୍ଡିଜେଏମ୍ କୋର୍ଟରେ ଟଙ୍କାର ଚେକ୍ ଜମା କରିଛନ୍ତି। ପ୍ରଥମେ ଟଙ୍କା ନାହିଁ, କେମିତି ଦେବି ବୋଲି ସୁମିତ ଗଣମାଧ୍ୟମକୁ ଜଣାଇବା ପରେ ଟଙ୍କା ଜମା କରିଥିବା ନେଇ ତାପସ୍ୱିନୀଙ୍କ ଓକିଲ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି।
ନିଜକୁ ବୋହୂ ବୋଲି ଦାବି କରି ଡିମ୍ପଲ ଦାଶ ଓରଫ ତପସ୍ୱିନୀ ବ୍ରହ୍ମପୁର ଦ୍ୱିତୀୟ ଲେନ୍ରେ ଥିବା ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ। ଆଉ ଅଭିଯୋଗ କରି କହିଥିଲେ, ସେ ଡାକ୍ତର ସୁମିତ ସାହୁଙ୍କ ପତ୍ନୀ। ୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ସୁମିତଙ୍କୁ ସେ କୋର୍ଟ ମ୍ୟାରେଜ କରିଥିଲେ। ଏମିତିକି ବିବାହ ପରେ ସେହି ଘରେ ୬ ମାସ ଧରି ବୋହୂ ଭାବେ ବିତାଇଥିଲେ ବୋଲି ଡିମ୍ପଲ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ। ଏପରିକି ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇଥିଲେ। ହେଲେ ବାହାଘର ହୋଇପାରିଲା ନାହିଁ। ଶେଷରେ କିଛି ଉପାୟ ନପାଇ ତପସ୍ୱିନୀ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହୋଇଥିଲେ।
Powered by Froala Editor