ଭିଜିଲାନ୍ସ ରେଡ୍, ଏଥର ଫଶିଲେ ଏଡିଏମ୍

ସୁନ୍ଦରଗଡ: ଗତ କିଛି ଦିନ ହେବ ଜୋରଦାର ଚାଲିଛି ଭିଜିଲାନ୍ସ ରେଡ୍ । ଆଜି ଭିଜିଲାନ୍ସ ଜାଲରେ ଫଶିଛନ୍ତି ସୁନ୍ଦରଗଡ ଏଡିଏମ୍ ବିଶ୍ୱଜିତ୍ ମହାପାତ୍ର । ଆଜି ସକାଳୁ ଏଡିମ୍ ବିଶ୍ୱଜିତ୍ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଇଛି ।
ଏକକାଳୀନ ୭ଟି ସ୍ଥାନରେ ଏହି ଚଢାଉ ଜାରି ରହିଛି । ତାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନ ସମେତ ଜଗତସିଂହପୁର ଜିଲ୍ଲାର ପୈତୃକ ଘର ଜଡାତିରା, ରଘୁନାଥ ପୁରର ଣେଢୁଆ, ମଣିଜଙ୍ଗା, ଭୁବନେଶ୍ୱରସ୍ଥିତ ନୟାପଲ୍ଲୀ ଏବଂ ବାଲିଅନ୍ତାରେ ଚଢାଉ ଚାଲିଛି । ତେବେ ବର୍ତ୍ତମାନ ଚଢାଉ ଚାଲିଥିବାରୁ ସମ୍ପତ୍ତିର ଆକଳନ କରାଯାଇନାହିଁ । ଚଢାଉ ପରେ ଏ ସମ୍ପର୍କରେ ସବିଶେଷ ତଥ୍ୟ ମିଳିବ ବୋଲି ଭିଜିଲାନ୍ସର ଜଣେ ଅଧିକାରୀ କହିଛନ୍ତି ।
Powered by Froala Editor