କରୋନା ସ୍ଥିତି ଭୟଙ୍କର, ଅମାନିଆ ହେଲେ ହୋଇପାରେ ସଟଡାଉନ
ଭୁବନେଶ୍ୱର:ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ତେବେ ଲକଡାଉନ ଓ ସଟଡାଉନ ଚେତାବନୀ ଦେଇଛନ୍ତି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ । ଯେଉଁଠି ଲୋକେ ଅମାନିଆ, ଭିଡ ହେଉଛି ପଦକ୍ଷେପ ନିଆଯାଇପାରେ । ସେଭଳି ଜାଗାରେ ଲକଡାଉନ, ସଟଡାଉନ ପଦକ୍ଷେପ ନିଆଯାଇପାରେ । ଏହି ଚେତାବନୀ ଦେଇଛନ୍ତି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡାକ୍ତର ମିଜୟ ମହାପାତ୍ର । ବର୍ତ୍ତମାନ ଲକଡାଉନ, ସଟଡାଉନ, ଆବଶ୍ୟକତା ସବୁ ଜାଗାରେ ନାହିଁ । ନିୟନ୍ତ୍ରଣ ପାଇଁ ନୂଆ ଷ୍ଟ୍ରାଟେଜି କରୁଛୁ କହିଛନ୍ତି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ।
Powered by Froala Editor