ମାର ମୃତ୍ୟୁ ପରେ ପାଖ ମାଡିଲାନି ପୁଅ, କାନ୍ଧ ଦେଲେ ଝିଅ

ସମ୍ବଲପୁର: ସବୁ ମା’ ବାପା ଚାହାଁନ୍ତି ଘରେ ପୁଅ ଜନ୍ମ ନେଲେ ଆମର ବୃଦ୍ଧ ବୟସରେ ସେବା କରିବା ସହିତ ଯତ୍ନ ନେବ, ଆମ କଥା ବୁଝିବ ମରିଗଲା ପରେ ମୁହଁରେ ନିଆଁ ଦେବ । ସେଇଥିପାଇଁ ଅଧିକାଶଂ ମା’ବାପା ପୁଅ ଚାହାନ୍ତି କିଛି ଏପରି ଲୋକ ଅଛନ୍ତି ଯିଏ କି ଝିଅଙ୍କ ଅପେକ୍ଷା ପୁଅକୁ ଅଧିକ ଭଲପାଇବା ଓ ପ୍ରାଧାନ୍ୟ ଦିଅନ୍ତି । ମନରେ ଥାଏ ସିଏ ଆମ ବଂଶ ଆଗକୁ ବଢ଼ାଇବ । କିନ୍ତୁ ଏକ ଏପରି ଘଟଣା ଘଟିଛି ଯାହା ପଢ଼ିଲେ ଲୁମ ଟାଙ୍କୁରି ଉଠିବ । ମାର ମୃତ୍ୟୁ ପରେ କାନ୍ଧ ଦେଲେ ଝିଅ । ମାର ମୃତ୍ୟୁ ପରେ ପାଖ ମାଡିଲାନି ପୁଅ । ମୃତଦେହକୁ କାନ୍ଧ ଦେବା ସହ ମୁଖାଗ୍ନି ଦେଇଛନ୍ତି ୬ ବିବାହିତା ଝିଅ । ସମ୍ବଲପୁର ନିବାସୀ ଶ୍ରୀମତୀ ସାହୁଙ୍କ ମୃତ୍ୟୁ ହେବା ପରେ ଶେଷ ଦର୍ଶ ତଥା ମୁଖାଗ୍ନି ଦେବାକୁ ପୁଅ ଆସି ନଥିଲେ ।
ଫଳରେ ବାଧ୍ୟ ହୋଇ ଝିଅ ମାନେ ମାଆକୁ ମୁଖାଗ୍ନି ଦେଇଛନ୍ତି ।
ଉଚ୍ଚ ଶିକ୍ଷିତ ଏକମାତ୍ର ପୁଅ କିନ୍ତୁ ମା’ର ମୃତୁ୍ୟରେ ସାମିଲ ହେବା ଜରୁରି ଭାବିଲାନି । ଏଭଳି ଘଟଣା ସମ୍ବଲପୁର ସହରରେ ଚର୍ଚ୍ଚାର ବିଷୟ ହୋଇଛି । ହୀରାକୁଦ ହିଣ୍ଡାଲକୋ ଅଫିସର କଲୋନୀର ଶ୍ରୀମତି ସାହୁ ସମ୍ବଲପୁର ଗୁଜୁରାତି କଲୋନୀର ଶ୍ରୀମତି ସାହୁ ସମ୍ବଲପୁର ଗୁଜୁରାତି କଲୋନିରେ ରହୁଥିବା ତାଙ୍କର ତୃତୀୟ ଝିଅ ଉର୍ମିଳାଙ୍କ ଘରେ ରହୁଥିଲେ । ଗୁରୁବାର ଦିନ ୮୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା । ଏହି ଖବର ଜାଣିବା ପରେ ମଧ୍ୟ ତାଙ୍କର ଉଚ୍ଚ ଶିକ୍ଷିତ ପୁଅ ମା’ର ଶେଷ ଦର୍ଶନ ପାଇଁ ଆସିନଥିଲା । ସେଇଥିପାଇଁ ତାଙ୍କର ଶେଷ ସମୟରେ ୬ଝିଅ ସୁଶୀଳା, ନିର୍ମଳା, ଉର୍ମିଳା, ଶର୍ମିଳା, ପ୍ରମିଳା ଓ ସୁନୀଳା ମାଆର ଶେଷକୃତ୍ୟ କରିଥିଲେ । ମହାନଦୀର ରାଜଘାଟ ଶ୍ମଶାନରେ ଝିଅମାନେ ମୁଖାଗ୍ନି ଦେବା ସହ ମାଆର ଶବ ସକôାର କରିଥିଲେ ।
Powered by Froala Editor