ସ୍ଥାନାନ୍ତର ହେବ ୟୁନିଟ-୧ ପରିବା ମାର୍କେଟ
ଭୁବନେଶ୍ୱର: କରୋନା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଭୁବନେଶ୍ୱରସ୍ଥିତ ୟୁନିଟ-୧ ପରିବା ମାର୍କେଟକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି । ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ ୟୁନିଟ-୧ ପରିବା ମାର୍କେଟକୁ ସ୍ଥାନାନ୍ତର କରାଯିବ । ପରିବାର ହାଟ ସ୍ଥାନାନ୍ତର ପାଇଁ ଭଗବାନପୁରରେ ୧୦ ଏକର ଜାଗା ଚିହ୍ନଟ ହୋଇଛି । ହୋଲସେଲ ଲାଗି ସେଠାରେ ସବୁପ୍ରକାର ସୁବିଧା ସୁଯୋଗ ଓ ଭିତ୍ତିଭୂମି ରହିବ । ସହର ମଧ୍ୟରେ ଗହଳି କମାଇବା ସହ ଟ୍ରାଫିକ ସମସ୍ୟା ଦୂର ପାଇଁ ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ ୟୁନିଟ-୧ ପରିବା ମାର୍କେଟକୁ ସ୍ଥାନାନ୍ତର କରାଯିବ । ଆଜି ଅନୁଷ୍ଠିତ ପ୍ରାରମ୍ଭିକ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ବିଏମସି ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି ।
Powered by Froala Editor