ପୁଣି ଲଜ୍ଜ୍ୟା:ନାବାଳିକାକୁ ୩ ଦିନ ଧରି ଗଣଦୁଷ୍କର୍ମ
କନ୍ଧମାଳ: କନ୍ଧମାଳରେ ପୁଣି ଲଜ୍ଜ୍ୟା । ଘରେ ଶୋଇଥିବା ସମୟରେ ନାବାଳିକାକୁ ଘରୁ ଉଠାଇ ନେଇ ଏକ ନିଛାଟିଆ ଜାଗାରେ ବନ୍ଦୀ କରି ରଖି ୩ ଦିନ ଧରି ଗଣଦୁଷ୍କର୍ମ ଅଭିଯୋଗ । ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳରେ ।ସୂଚନା ଅନୂସାରେ ଏହି ଅଞ୍ଚଳର ଜଣେ ନବମ ଶ୍ରେଶୀ ଛାତ୍ରୀ ତା ଭଉଣୀ ସହିତ ଘରେ ଶୋଇଥିବା ସମୟରେ ହଠାତ୍ କିଛି ଦୁବୃର୍ତ୍ତ ଆସି ଛାତ୍ରୀ ଜଣଙ୍କୁ ଘରୁ ଅପହରଣ କରି ନେଇଯାଇଥିଲେ ।
ଏହାପରେ ତାଙ୍କୁ ଗାଁ ପାଖ ଏକ ଜଙ୍ଗଲ ନିକଟରେ ରଖି ୩ ଦିନ ଧରି ଗଣଦୁଷ୍କର୍ମ କରିଥିଲେ । ନାବାଳିକା ନିଖୋଜ ହେବା ଘଟଣା ପୁରା ଗାଁରେ ପ୍ରଘଟ ହେବା ପରେ ଅଭିଯୁକ୍ତ ମାନେ ଭୟରେ ନାବାଳିକାକୁ ପୁଣି ଗାଁ ମୁଣ୍ଡରେ ଛାଡି ପଳାଇଥିଲେ । ଏହାପରେ ବହୁ କଷ୍ଟରେ ନାବାଳିକା ଜଣଙ୍କ ଅତି ଗୁରୁତର ଅବସ୍ଥାରେ ଘରେ ପହଞ୍ଚି ପରିବାର ଲୋକଙ୍କ ଆଗରେ ସବୁ କଥା ବଖାଣିଥିଲେ ଯାହାକୁ ନେଇ ଯାହାପରେ ପରିବାର ଲୋକ ଏ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମାତ୍ର ଏପର୍ୟ୍ୟନ୍ତ ଅଭିଯୁକ୍ତ ମାନେ ଧରାପଡିନଥିବା ଜଣାପଡିଛି ।ସେପଟେ ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଛି ।
Powered by Froala Editor