ଆଜି ଦେଶରେ ୬୭ହଜାର ୮୪ ପଜିଟିଭ୍
ନୂଆଦିଲ୍ଳୀ: ଦେଶରେ ଦିନକୁ ଦିନ ହ୍ରାସ ପାଉଛି କରୋନା ଗ୍ରାଫ । ଏହାସହ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ ଦ୍ରୁତ ଗତିରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଗତ ୨୪ଘଣ୍ଟାରେ ୬୭ହଜାର ୮୪ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ପାର୍ କରିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ୨୪ଲକ୍ଷ ୭୮ହଜାର ୬୦ରେ ପହଞ୍ଚିଛି । ଦେଶରେ ଦୈନିକ ପଜିଟିଭ୍ ହାର ୪.୪ପ୍ରତିଶତ ରହିଛି ।
ଗତ ୨୪ଘଣ୍ଟାରେ ଦେଶର ୬ଟି ରାଜ୍ୟ ମଧ୍ୟରେ କେରଳର ସର୍ବାଧିକ ୨୩ହଜାର ୨୫୩ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେହିପରି ମହାରାଷ୍ଟ୍ରରେ ୭ହଜାର ୧୪୨, କର୍ଣ୍ଣାଟକରେ ୫ହଜାର ୩୩୯, ତାମିଲନାଡୁରେ ୩ହଜାର ୯୭୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜସ୍ଥାନରେ ୩ହଜାର ୭୨୮, ଗୁଜୁରାଟରେ ୨ହଜାର ୫୬୦ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୮ଲକ୍ଷ ତଳେ ରହିଛି । ଦେଶରେ ସକ୍ରିୟ ମାମଲା ରହିଛି ୭ଲକ୍ଷ ୯୦ହଜାର ୭୯୮ରହିଛି । ଦିନକରେ କରୋନାକୁ ଆଉ ୧ଲକ୍ଷ ୬୭ହଜାର ୮୮୨ଜଣ ଲୋକ ମାତ ଦେଇଛନ୍ତି । ଫଳରେ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪କୋଟି ୧୧ଲକ୍ଷ ୧୨ହଜାର ୮୦ହଜାର ୭୫୧ରେ ପହଞ୍ଚି ଯାଇଛି । ଦେଶରେ ଟିକାକରଣ ପ୍ରକ୍ରିୟା ମଧ୍ୟ ଦ୍ରୁତ ବେଗରେ ଚାଲିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ଟିକାକରଣ ସଂଖ୍ୟା ୧୭୧କୋଟି ୩୦ଳକ୍ଷ ଟପିଛି । ସେଥିମଧ୍ୟରୁ ୯୦କୋଟି ୨୦ଲକ୍ଷରୁ ଅଧିକ ପ୍ରଥମ ଡୋଜ୍ ନେଇଥିବାବେଳେ ୭୩କୋଟି ୩୦ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍ ରହିଛି ।
Powered by Froala Editor