କୋଭିଡ ଚିକିତ୍ସାରେ ପୁଣି ଏକ ସଫଳତା : ଆସିଲା ନାଇଟ୍ରିକ୍ ଅକ୍ସାଇଡ୍ ନାଜାଲ ସ୍ପ୍ରେ
କୋଭିଡ୍-୧୯ଦ୍ବାରା ଆକ୍ରାନ୍ତ ପ୍ରାପ୍ତ ବୟସ୍କ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ଭାରତରେ ‘ନାଇଟ୍ରିକ୍ ଅକ୍ସାଇଡ୍ ନାଜାଲ୍ ସ୍ପ୍ରେ’ର (ଫେବିସ୍ପ୍ରେ) ଶୁଭାରମ୍ଭ ହୋଇଛି । ଔଷଧ କମ୍ପାନି ଗ୍ଲେନମାର୍କ ପକ୍ଷରୁ ଲଞ୍ଚ ହୋଇଛି ଫେବିସ୍ପ୍ରେ । ନାଜାଲ ସ୍ପ୍ରେ ଲାଗି ଭାରତର ଔଷଧ ମହାନିୟନ୍ତ୍ରକ- ଡିସିଜିଆଇ ଅନୁମତି ଦେଇଥିଲେ । ଯାହାଫଳରେ ଏଣିକି ୧୮ବର୍ଷରୁ ଅଧିକ ବୟସ୍କ ରୋଗୀଙ୍କୁ ଦିଆଯାଇପାରିବ ନାଜାଲ ସ୍ପ୍ରେ ।
ସାନଓଜି କମ୍ପାନି ସହ ସହଭାଗିତାରେ ଗ୍ଲେନମାର୍କ ପ୍ରସ୍ତୁତ କରିଛି ଏହି ନାଜାଲ ସ୍ପ୍ରେ । ଫେଜ୍ ୩ ଟ୍ରାଏଲ ସଫଳ ହେବା ପରେ ଏହି ପଦକ୍ଷେପ ନିଆଯାଇଛି । ୨୪ ଘଣ୍ଟା ପରେ କୋଭିଡ ନିରାକରଣ ୯୪ ପ୍ରତିଶତ ହ୍ରାସ ପାଉଥିବାବେଳେ ୪୮ ଘଣ୍ଟା ଭିତରେ ନିରାକରଣ ହାର ୯୯ ପ୍ରତିଶତ ରହୁଥିବା ଗବେଷଣାରୁ ସ୍ପଷ୍ଟ ହୋଇଥିଲା । ଗ୍ଲେନମାର୍କ ପକ୍ଷରୁ କୁହାଯାଇଛି- ଏହି ସ୍ପ୍ରେ ପ୍ରୟୋଗ ହେବା ଫଳରେ ମାନବ ଶରୀରରେ କୋଭିଡ ଭୂତାଣୁ ଭୌତିକ ଓ ରାସାୟନିକ ପ୍ରତିରୋଧକ କ୍ଷମତା ସୃଷ୍ଟି ହୋଇପାରେ । ଯାହାଫଳରେ କୋଭିଡ ଭୂତାଣୁ ଫୁସଫୁସ ଭିତରକୁ ପ୍ରବେଶ କରି ନଥାଏ ।
Powered by Froala Editor