ପାହାଡର ପଥର ସନ୍ଧିରେ ଜୀବନମରଣ ସହ ଲଢୁଥିବା ଯୁବକକୁ ଉଦ୍ଧାର କଲା ସେନା
ପାହାଡର ପଥର ସନ୍ଧିରେ ଜୀବନମରଣ ସହ ଲଢୁଥିବା ଯୁବକକୁ ଉଦ୍ଧାର କରିଛି ଭାରତୀୟ ସେନା । ଆର ବାବୁ ନାମକ ଏହି ଯୁବକ ଜଣଙ୍କ କେରଳର ପାଲକ୍କଡର ମାଲାମପୁଜା ଅଞ୍ଚଳରେ ଥିବା ପାହାଡ଼ର ଦୁଇଟି ପଥର ଖଣ୍ଡ ମଧ୍ୟରେ ଫସି ରହିଥିଲେ। ସୋମବାର ଠାରୁ ସେ ବିନା ଖାଦ୍ୟ ଓ ପାଣିରେ ସେହି ସ୍ଥାନରେ ରହିଥିଲେ। କିନ୍ତୁ ସ୍ଥଳସେନାର ଉଦ୍ୟମ ଯୋଗୁ ଆଜି ଦିନ ପ୍ରାୟ ୧୧ଟା ବେଳେ ତାଙ୍କୁ ପଥର ସନ୍ଧିରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ଉଦ୍ଧାର ପରେ ଆର ବାବୁ କହିଛନ୍ତି, ବହୁତ ଧନ୍ୟବାଦ, ଭାରତୀୟ ଆର୍ମିକୁ ଧନ୍ୟବାଦ।” ଏହାପରେ ଭାରତୀୟ ସେନାର ଜୟ ଓ ଭାରତ ମାତର ଜୟ ନାରା ଦେଇଥିଲେ । ତାଙ୍କୁ ଉଦ୍ଧାର ବେଳର ଭିଡିଓକୁ ଭାରତୀୟ ସେନା ଓ ଏଏନ୍ଆଇ ପକ୍ଷରୁ ଟ୍ୱିଟ କରାଯାଇଛି । ଏଥିରେ ଆର ବାବୁ ଓ ଯବାନମାନା ରଶି ଦ୍ୱାରା ପାହାଡ଼ର ଉପର ଭାଗକୁ ଆସୁଥିବା ଦୃଶ୍ୟ ରହିଛି ।
ସୋମବାର ଆର ବାବୁ ଓ ଆଉ ଦୁଇ ଜଣ ମିଳିତ ଭାବେ ପାହାଡ଼ର ଶୀର୍ଷରେ ପହଞ୍ଚିବାକୁ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ଅଧା ରାସ୍ତାରେ ଅନ୍ୟ ଦୁଇ ଜଣ ତଳକୁ ଚାଲି ଆସିଥିଲେ। ଆର ବାବୁ ହାର ନମାନି ପାହାଡ଼ ଉପରକୁ ଯିବାକୁ ଚେଷ୍ଟା କରିଥିଲେ। ଶୀର୍ଷରେ ପହଞ୍ଚିବା ପରେ ଦୁର୍ଭାଗ୍ୟବଶତଃ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ସେ ପଥର ସନ୍ଧିରେ ଫସି ଯାଇଥିଲେ।
Powered by Froala Editor