ଚର୍ଚ୍ଚାରେ ଖଣ୍ଡଗିରି ମେଳାର ଷ୍ଟାଣ୍ଡିଙ୍ଗ୍ ବାବା
ଭୁବନେଶ୍ୱର: ଗତକାଲିଠୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା । ଏବର୍ଷ କରୋନା ମହାମାରୀ ଯୋଗୁଁ ଫିକା ପଡିଛି ଖଣ୍ଡଗିରି ମେଳା । ମେଳା ଉପଲକ୍ଷେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସି ଖଣ୍ଡଗିରିରେ ପହଞ୍ଚିଛନ୍ତି ସାଧୁସନ୍ଥ । ଖଣ୍ଡଗିରି ମେଳାକୁ ଆସିଥିବା ଷ୍ଟାଣ୍ଡିଂ ବାବା ଭାରି ଚର୍ଚ୍ଚାରେ । ନାଗା ଚନ୍ଦନ ଗିରି ମହନ୍ତ କାଶୀରୁ ଆସିଛନ୍ତି । ବାବାଙ୍କୁ ଯାହା ବି ପଚାରିଲେ, ଇଶାରା ଇଶାରାରେ କୁହନ୍ତି ମୋର ଏବେ ମୌନବ୍ରତ କିଛି କହିପାରିବିନି । କେତେବେଳେ ବାବା ମୌନ ରୁହନ୍ତି ତ ଆଉ କେତେବେଳେ କିଛିକିଛି କୁହନ୍ତି । ପାଟି ଖୋଲିଲେ ବାହାରେ ସତ୍ୟ ହିଁ ଇଶ୍ୱର... ଯାହା ଅଟଳ ସତ୍ୟ । ମୃତୁ୍ୟ ସତ୍ୟ... ମୃତୁ୍ୟକୁ ଡର ନାହିଁ ।
ଦୋଳି ସହାୟତାରେ ଗୋଟିଏ ଗୋଡରେ ଛିଡା ହୋଇ ତପସ୍ୟାରେ ମଗ୍ନ ଅଛନ୍ତି ନାଗା ଚନ୍ଦନ ଗିରି । ଉତ୍ତରପ୍ରଦେଶର ଚିତ୍ରକୁଟରେ ବାବାଙ୍କ ଜନ୍ମ । ପିଳାବେଳୁ ବାପା ମା’ଙ୍କ ମୃତୁ୍ୟ ହୋଇଥିବାରୁ ମନରେ ବୈରାଗ୍ୟ ଭାବନା ଆସିଲା । ତେଣୁ ନାଗା ସାଧୁଙ୍କ ମେଳିରେ ଯୋଗ ଦେଲେ । ଷ୍ଟାଣ୍ଡିଂ ବାବାଙ୍କ ଶିଷ୍ୟ ବାବାଙ୍କ ବିଷୟରେ ଏମିତି ଅନେକ କଥା କହିଥିଲେ । ସେ ଆହୁରି ମଧ୍ୟ କୁହନ୍ତି, କୁମ୍ଭମେଳା ଚାଲିବା ଯାଏ ବାବା ଏମିତି ଛିଡା ହୋଇ ରହିବେ । ବିଶ୍ୱ କଲ୍ୟାଣ ପାଇଁ ତାଙ୍କର ଏଭଳି ପଦକ୍ଷପ ।
Powered by Froala Editor