ଘର ଛାଡ଼ି ଏବେ ମଇଦାନରେ ଲଢ଼ିବେ ଶାଶୁ ବୋହୂ
ଜଳେଶ୍ୱର: ନିର୍ବାଚନ ଏବେ ସରଗରମ ହେବାରେ ଲାଗିଛି । ଚାରିଆଡେ଼ ପ୍ରଚାର ପ୍ରସାର ଜୋର ଧରିଥିବା ବେଳେ ବିଭିନ୍ନ ପ୍ରକାରର ଫ୍ୟାମିଲି ଫାଇଟ ଏବେ ସାମ୍ନାକୁ ଆସୁଛି । ଏକ ଘରୁ ବାପା ପୁଅ, ଭାଇ ଭାଇ, ଭଉଣୀ ଭଉଣୀ ଲଢେ଼ଇ ଆସୁଛି ନଜର ରେ, ନିର୍ବାଚନ ପାଇଁ ଚାଲିଚି ଜୋର ସୋର ରେ ପ୍ରଚାର । ଏଥିମଧ୍ୟରେ ନୁଆଁ ସମ୍ପର୍କ ଦେଖିବାକୁ ମିଳୁଛି ଏ ମଇଦନ ଉପରେ । ନିର୍ବାଚନ ପାଇଁ ବିରୋଧି ସାଜିଛନ୍ତି ଶାଶୁ ବୋହୂ । ନିର୍ବାଚନୀ ମୈଦାନରେ ଶାଶୂ ସହ ବୋହୂ । ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୧ ନମ୍ବର ଜିଲ୍ଲା ପରିଷଦ ଜୋନ୍ରେ ଶାଶୁ କାଞ୍ଚନ ଜେନା ବିଜେଡିରୁ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ବୋହୂ ବୀନତା ଜେନା।
ପଞ୍ଚାୟତ ନିର୍ବାଚନରେ ବିଜୟ ମୁକୁଟ ପିନ୍ଧିବା ପାଇଁ ଉଭୟଙ୍କ ମଧ୍ୟରେ ଚାଲିଛି କଡା ପ୍ରତିଯୋଗିତା। ଘରକୁ ଘର ବୁଲି ପ୍ରଚାର କରିବା ସହ ନିଜ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି। ଅଞ୍ଚଳର ବିକାଶ ସାଙ୍ଗକୁ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଉଛନ୍ତି।
Powered by Froala Editor