ଶାସକ ଦଳକୁ ନେଇ ଏମିତି କହିଲେ ନିରଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର- ରାଜ୍ୟ ନିର୍ବାଚନ ଆୟୋଗ ପଂଚାୟତ ନିର୍ବାଚନ ପ୍ରଚାରର କଟକଣା କୋହଳପାଇଁ ଯେଉଁ ନିଷ୍ପତି ଗ୍ରହଣ କଲେ ତାହାକୁ କଂଗ୍ରେସ ଦଳ ସ୍ୱାଗତ କରେ କିନ୍ତୁ ୨ ଶାସକ ଦଳ ଦ୍ୱାରା ନିୟମ ଉଲ୍ଲଙ୍ଘନ ପ୍ରତି ନିର୍ବାଚନ ଆୟୋଗ ସଂପୂର୍ଣ୍ଣ ସର୍ତକ ନରହିବା ଏକ ଦୁଃଖଦାୟକ ଓ ପରିତାପର ବିଷୟ ବୋଲି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ କହିଛନ୍ତି । କେନ୍ଦ୍ର ଓ ରାଜ୍ୟସରକାରରେ ଥିବା ବିଜେପି ଓ ବିଜେଡ଼ି ବ୍ୟାପକ ପରିମାଣରେ ଅର୍ଥ ବଳ ପ୍ରୟୋଗ କରିବା ସହ ବାହୁବଳ ତଥା ଶାସନ କଳର ଅପବ୍ୟବହାର କରିବା ଫଳରେ ନିର୍ବାଚନ ମୁକ୍ତ ଏବଂ ଅବାଧ ରହିପାରୁ ନାହିଁ ।
ନିର୍ବାଚନ ଆୟୋଗ ଶାସକ ଦଳର ଗତିବିଧି ପ୍ରତି ସତର୍କ ଦୃଷ୍ଟି ଦେଉ ନାହାନ୍ତି । କରୋନା ମହାମାରୀ ପାଇଁ ନିର୍ବାଚନ ଆୟୋଗ ପ୍ରଚାର ପାଇଁ ୫ଜଣଙ୍କୁ ନେଇ ଘରକୁ ଘର ପ୍ରଚାର ନିୟମ କରିଥିଲେ କିନ୍ତୁ ଶାସକ ଦଳ ଶହ ଶହ ଲୋକ ନେଇ ପ୍ରଚାର କରୁଛନ୍ତି । ସେମାନେ ଖୋଲାଖୋଲି ଆଚରଣବିଧି ଉଲଙ୍ଘନ କରୁଥିବା ବେଳେ ନିର୍ବାଚନ ଆୟୋଗ ନିରବଦ୍ରଷ୍ଟା ସାଜିଛନ୍ତି । ତେଣୁ ଗଣତନ୍ତ୍ରର ସୁରକ୍ଷା ଓ ଅବାଧ ଏବଂ ମୁକ୍ତ ନିର୍ବାଚନ କରିବାପାଇଁ ସବୁ ଦଳକୁ ସମାନ ଦୃଷ୍ଟିରେ ଦେଖିବା ସହ ଆଇନ ଉଲଙ୍ଘନଙ୍କକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଶ୍ରୀ ପଟ୍ଟନାୟକ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଜଣାଇଛନ୍ତି ।
Powered by Froala Editor