ପୁଷ୍କର ସିଂ ଧାମିଙ୍କ ଟ୍ୱିଟ୍ : ଉତ୍ତରାଖଣ୍ଡ ବ୍ରାଣ୍ଡ ଆମ୍ବାସାଡର ହେବେ ଅକ୍ଷୟ କୁମାର
ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର ହେବେ ବଲିଉଡ ଅଭିନେତା ଅକ୍ଷୟକୁମାର । ଉତ୍ତରାଖଣ୍ଡର ‘ବ୍ରାଣ୍ଡ୍ ଆମ୍ବାସାଡର୍’ ଭାବେ କାର୍ଯ୍ୟ କରିବାକୁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ରାଜି ହୋଇଥିବା କଥା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି। ଅକ୍ଷୟ ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କୁ ତାଙ୍କ ଡେରାଡୁନ୍ ବାସଭବନରେ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ମଧ୍ୟ ଜଣାପଡ଼ିଛି । ଆଲୋଚନା ପରେ ଅକ୍ଷୟ ବ୍ରାଣ୍ଡ ଆମ୍ବାସାଡର ହେବା ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଖାଲି ସେତିକି ନୁହେଁ ଅକ୍ଷୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଭେଟିବା ସମୟର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଯେଉଁଥିରେ ଅକ୍ଷୟଙ୍କୁ ପୁଷ୍କର ସିଂ ଏକ ଟୋପି ଉପହାର ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି।
ଏ ସଂକ୍ରାନ୍ତରେ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ଧାମୀ ଲେଖିଛନ୍ତି, ଆଜି ପ୍ରଖ୍ୟାତ ଅଭିନେତା, ଯୁବବର୍ଗଙ୍କ ପ୍ରେରଣାସ୍ରୋତ ଏବଂ ମୋର ମିତ୍ର ଅକ୍ଷୟ କୁମାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସ୍ବାଗତ କରିବା ସହ ଅଭିନନ୍ଦନ ଜଣାଇଲି। ଯୁବବର୍ଗଙ୍କୁ ପ୍ରେରଣା ଦେବା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ଗୁଡ଼ିକୁ ସେ ପ୍ରଶଂସା କରିବା ସହ ଯଥା ସମ୍ଭବ ସବୁ ପ୍ରକାର ସହଯୋଗ କରିବେ ବୋଲି ଆଶ୍ବାସନା ଦେଇଛନ୍ତି।
Powered by Froala Editor