ଚନ୍ନି ପୁଣି ଥରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ପୁଣି ଥରେ ଚରଣଜିତ୍ ସିଂହ ଚନ୍ନିଙ୍କୁ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଛନ୍ତି। ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୁଧିଆନାରେ ଏକ ଭର୍ଚୁଆଲ୍ ରାଲିକୁ ସମ୍ବୋଧିତ କରି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି।
ରାହୁଲ ଗାନ୍ଧୀ କହିଛନ୍ତି ଯେ, ଲୋକଙ୍କ ପରାମର୍ଶ ଅନୁଯାୟୀ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରିଛି। ଚନ୍ନି ଗରିବ ପରିବାରରୁ ଆସିଥିବାରୁ ସେ ଦାରିଦ୍ର୍ୟକୁ ବୁଝନ୍ତି। ସେଥିପାଇଁ ସେ ଲୋକଙ୍କ କଷ୍ଟ ବୁଝି ଏହାକୁ ଦୂର କରିପାରିବେ।
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ଉଭୟ ଚରଣ ଜିତ ସିଂ ଚନ୍ନି ଏବଂ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଲଢ଼େଇ ଲାଗି ରହି ଥିଲା । ଭୟୟଙ୍କ ମଧ୍ୟରୁ କାହାକୁ ଜଣକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା ନେଇ ଚର୍ଚ୍ଚା ଲାଗି ରହିଥିଲା । ରାହୁଲଙ୍କ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ପାଇଁ ସ୍ୱପ୍ନ ଦେଖୁଥିବା ସିଦ୍ଧୁଙ୍କ ଆଶା ଧୂଳିସାତ ହୋଇଛି।
ପୁର୍ବରୁ ସିଦ୍ଧୁ ଏବଂ ଚରଣ ଜିତ ସିଂ ଚନ୍ନିଙ୍କ ମଧ୍ୟରେ କ୍ଷମତା ଲଢ଼େଇକୁ ରାହୁଲ କହିଥିଲେ ଯେ, ୨ ଜଣ ବ୍ୟକ୍ତି କେବେ ନେତୃତ୍ୱ ନେଇପାରିବେ ନାହିଁ। କେବଳ ଜଣେ ନେବେ। ଆମେ ଖୁବ୍ଶୀଘ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବୁ। ତେବେ ଆଜିର କାର୍ଯ୍ୟକ୍ରମରେ ଭୟୟେ ଚନ୍ନି ଏବଂ ସିଦ୍ଧୁଙ୍କ ସହ ରାହୁଲ ଉପସ୍ଥିତ ଥିଲେ। ଉଭୟଙ୍କୁ ଇଶାରା କରି ରାହୁଲ କହିଥିଲେ ଯେ, ୨ ଜଣ ବ୍ୟକ୍ତି କେବେ ନେତୃତ୍ୱ ନେଇପାରିବେ ନାହିଁ।
Powered by Froala Editor