ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ତହସିଲଦାର
ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ସରକାର ଜିରୋ ଟୋଲେରାନ୍ସ ନୀତି ଆପଣାଉଥିବାବେଳେ କିଛି ସରକାରୀ କର୍ମଚାରୀଙ୍କ ଉପରେ ଏହାର ପ୍ରଭାବ ପଡ଼ୁନଥିବା ଦେଖିବାକୁ ମିଳିଛି । କାରଣ ଭିଜିଲାନ୍ସ ଜାଲରେ ପୁଣି ଜଣେ ଲାଞ୍ଚୁଆ ସରକାରୀ କର୍ମଚାରୀ ପଡ଼ିଛନ୍ତି । ସମ୍ପୃକ୍ତ କର୍ମଚାରୀ ଜଣକ ହେଉଛନ୍ତି ରାଇକିଆ ତହସିଲଦାର ଚକ୍ରଧର ପରିଡ଼ା । ଲାଞ୍ଚ ନେଉଥିବାବେଳେ ଫୁଲବାଣୀ ଭିଜିଲାନ୍ସ ଶ୍ରୀ ପରିଡ଼ାଙ୍କୁ ଧରିଛି । ଜବତ ଏକ ଟ୍ରାକ୍ଟରକୁ ଛାଡ଼ି ଦେବା ପାଇଁ ତହସିଲଦାର ଶ୍ରୀ ପରିଡ଼ା ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଶ୍ରୀ ପରିଡ଼ାଙ୍କୁ ଭିଜିଲାନ୍ସ ତାଙ୍କ ବାସଭବନରୁ ଧରିଛି ।
Powered by Froala Editor