କଠୋର କାର୍ୟ୍ୟାନୁଷ୍ଠାନ ହେବ : ନବୀନ

ଭୁବନେଶ୍ବର: ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଟ୍ବିଟ ମୃତ ସାମ୍ବାଦିକଙ୍କ ଆତ୍ମାର ସଦଗତି କରିବା ସହ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେହିପରି ଏପରି କାଣ୍ଡ ଭିଆଇଥିବା ମାଓବାଦୀଙ୍କ ପ୍ରତି ମଧ୍ୟ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନବୀନ ଟ୍ବିଟ କରିଛନ୍ତି ।
ନବୀନ ଟ୍ବିଟ କରି କହିଛନ୍ତି, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ମାଓବାଦୀଙ୍କ ଏହି ହିଂସାକାଣ୍ଡକୁ ଦୃଢ଼ ଭାବେ ନିନ୍ଦା କରିବା ସହ ଏଥିରେ ସମ୍ପୃକ୍ତ ଥିବା ସମସ୍ତଙ୍କ ବିରୋଧରେ ସରକାର କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ । ନବୀନଙ୍କ ଏପରି ଟ୍ବିଟ ପରେ ପୋଲିକ ଖୁବଶୀଘ୍ର ସେଠାରେ ଏକ ବଡ ଧରଣର ମାଓ ବିରୋଧୀ ଅପରେସନ ଆରମ୍ଭ କରିପାରେ ବୋଲି ସୂଚନା ମିଳିଛି ।
ସେହିପରି ଘଟଣାରେ ଶୋକ ପ୍ରକାଶ କରିବା ସହ ମାଓବାଦୀଙ୍କ ଏପରି ଘଟଣାକୁ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି ମାଓବାଦୀଙ୍କ ଏହି ହିଂସାତ୍ମକ, ଗଣତନ୍ତ୍ର ବିରୋଧୀ ଶକ୍ତି କେବେ ସଫଳ ହେବେ ନାହିଁ ।
ଘଟଣା ଅନୁସାରେ, ତ୍ରିସ୍ତରୀୟ ପଞ୍ଚାୟତ ଭୋଟ ବର୍ଜନ ସହ ବିଭିନ୍ନ ଦାବି ରଖି ପୋଷ୍ଟର ଲଗାଇଥିଲେ ମାଓବାଦୀ । ଏହି ସମୟରେ ଖବର ସଂଗ୍ରହ ପାଇଁ ଯାଇଥିବା ରାଜ୍ୟର ଏକ ପ୍ରମୁଖ ଖବର କାଗଜ ପ୍ରତିନିଧି ରୋହିତ ବିଶ୍ବାଳ ପ୍ରାଣ ହରାଇଥିଲେ । ପରିବାରକୁ ୧୩ ଲକ୍ଷର ସହାୟତା ରାଶି ଘୋଷଣା କରାଯାଇଛି ।
Powered by Froala Editor