ପ୍ରାର୍ଥୀପତ୍ର ଦାଖଲ ପାଇଁ ଦୌଡ଼ିଲେ କ୍ରୀଡାମନ୍ତ୍ରୀ
ଆଗକୁ ନିର୍ବାଚନ । ତେଣୁ ବିଭିନ୍ନ ଦଳର ନେତା ପ୍ରାର୍ଥୀପତ୍ର ଦାଖଲ କରିବା ଆରମ୍ଭ କରିଛନ୍ତି। ତେବେ ୟୁପିରେ କ୍ରୀଡାମନ୍ତ୍ରୀ ଯେଉଁ ଭଳି ଭାବରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି, ତାହା ଚର୍ଚ୍ଚାର ବିଷୟ ପାଲଟିଛି। ଗତକାଲି ୟୁପିର ଖେଳମନ୍ତ୍ରୀ ଉପେନ୍ଦ୍ର ତିୱାରୀ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଇଥିବା ବେଳେ ପହଞ୍ଚିବାକୁ ବିଳମ୍ବ ହେବାରୁ ସେ ଦୌଡ଼ିଥିଲେ । ଯାହାକୁ ଦେଖି ଦର୍ଶକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ସମୟର ଏକ ଭିଡିଓ ଏବେ ଭାଇରାଲ ହୋଇଛି, ଯେଉଁଥିରେ ଉପେନ୍ଦ୍ର ତିୱାରୀ ଦୌଡ଼ିଥିବା ଦେଖାଯାଇଛି।
ସୂଚନା ଥାଉକି, ଜିଲ୍ଲାପାଳ ଅଫିସକୁ ଫେଫନା ବିଧାନସଭାରୁ ବିଜେପି ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିବାକୁ ଆସୁଥିଲେ କ୍ରୀଡାମନ୍ତ୍ରୀ ଉପେନ୍ଦ୍ର ତିଓ୍ୱାରୀ । କିନ୍ତୁ ରାସ୍ତାରେ ସମର୍ଥକମାନେ ସ୍ୱାଗତ କରିବା କାରଣରୁ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ଉପେନ୍ଦ୍ର ତିୱାରୀଙ୍କୁ ଅପରାହ୍ନ ତିନିଟାରେ ତାଙ୍କ ନୋମିନେସନ ଫାଇଲ କରିବାର ଥିଲା । କିନ୍ତୁ ଡେରି ହୋଇଯିବ ଭାବି ସେ ବେକରେ ଫୁଲମାଳ ପକାଇ କୁର୍ତ୍ତା-ପାଇଜାମାରେ ଦୌଡିଥିଲେ । ଆଉ ତାପରେ ସେ ୩ଟା ପୂର୍ବରୁ ତାଙ୍କର ନୋମିନେସନ ପାଇଲ କରିବାରେ ସକ୍ଷମ ହୋଇଥିଲେ ।
Powered by Froala Editor