କେନ୍ଦ୍ରମନ୍ତ୍ରୀଙ୍କ ସୂଚନା : ଅଗଷ୍ଟରେ ଉତ୍କ୍ଷେପଣ ହେବ ଚନ୍ଦ୍ରଯାନ-୩
ଚଳିତ ବର୍ଷ ଅଗଷ୍ଟ ମାସରେ ଚନ୍ଦ୍ରଯାନ-୩ ଉତ୍କ୍ଷେପଣ କରାଯିବ । ଭାରତର ମହାକାଶ ଅଭିଯାନର ଅଂଶ ସ୍ୱରୂପ ଚନ୍ଦ୍ରଯାନ-୩ର ପ୍ରକ୍ଷେପଣ ପାଇଁ ଯୋଜନା ରହିଥିବା କେନ୍ଦ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ କହିଛନ୍ତି। ମହାକାଶ ବିଭାଗ ଚଳିତ ବର୍ଷ ୧୯ଟି ଅଭିଯାନ ନିମନ୍ତେ ଯୋଜନା କରିଥିବା ବେଳେ ଏଥିରେ ଭାରତର ଚନ୍ଦ୍ର ଅଭିଯାନ ରହିଥିବା ସେ ଲୋକସଭାରେ ପ୍ରକାଶ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଚନ୍ଦ୍ରଯାନ-୨ରୁ ଉପଲବଧ ତଥ୍ୟ ଏବଂ ବୈଜ୍ଞାନିକମାନଙ୍କ ସୂଚନାକୁ ଆଧାର କରି ଚନ୍ଦ୍ରଯାନ-୩ର ଆନୁସଙ୍ଗିକ କାର୍ଯ୍ୟ ଜାରି ରହିଛି। ଇତିମଧ୍ୟରେ ସେଥିରେ ବ୍ୟବହୃତ କେତେକ ଯନ୍ତ୍ରାଂଶର ସଫଳ ପରୀକ୍ଷଣ ଶେଷ ହୋଇଛି। ବିଳମ୍ବ ପରେ ପୂରା ଦମ୍ରେ କାର୍ଯ୍ୟ ଚଳାଇଥିବା ‘ଇସ୍ରୋ’ ୨୦୨୨ରେ ସମୁଦାୟ ୧୯ଟି ଉତ୍କ୍ଷେପଣ କରିବାକୁ ଯୋଜନା ମଧ୍ୟ କରିଛି। ଚଳିତ ବର୍ଷ ‘ଇସ୍ରୋ’ ୮ଟି ଲଞ୍ଚ୍ ଭେଇକ୍ଲ୍ ମିସନ୍, ୭ଟି ମହାକାଶଯାନ ମିସନ୍ ଏବଂ ୪ଟ ଟେକ୍ନୋଲୋଜି ଡେମୋନ୍ଷ୍ଟେଟର୍ ମିସନ୍ ଉତ୍କ୍ଷେପଣ କରିବ।
Powered by Froala Editor