ଦୁଇ ମୋବାଇଲ ଲୁଟେରା ଗିରଫ

ଦେବଗଡ: ଦିନକୁ ଦିନ ବିଗୁଡୁଛି ଆଇନ ଶୃଙ୍ଖଳା । ବଢୁଛି ଲଟେରାଙ୍କ ଉପôାତ । ଲୁଟେରା ଓ ପୋଲିସଙ୍କ ଛକା ପଂଝାରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା । ପୋଲିସ୍ ଆଖିରେ ଧୂଳି ଦେଇ ଲୁଟେରା ତିଆରି କରୁଛନ୍ତି ଲୁଟର ବ୍ଲୁ ପ୍ରଣ୍ଟ ।
ତେବେ ଆଜି ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି ପୋଲିସ୍ । ଲୁଟେରାଙ୍କ ଠାରୁ ୬୩ଟି ସ୍ମାର୍ଟ ଫୋନ୍ ଓ ଗୋଟିଏ ବାଇକ୍ ଜବତ ହୋଇଥିବା ସୂଚନା ମିଳିଛି । ଲୁଟେରା ଦୁଇ ଜଣଙ୍କ ଘର ଗଞ୍ଜାମ ଜିଲ୍ଳା ଆସିକାରେ । ଲୁଟେରା ବରଗଡ, ସମ୍ବଲପୁର ଓ ଦେବଗଡରୁ ମୋବାଇଲ ଲୁଟ୍ କରିଥିବା ଜଣାପଡିଛି ।
Powered by Froala Editor