ରୂପି ସମସ୍ୟା ପାଇଁ ବ୍ୟବହାର କରନ୍ତୁ ଜାମୁକୋଳି ଭିନେଗାର
ପରିବେଶ ପ୍ରଦୁଷଣ ଯୋଗୁଁ ଅଧିକାଂଶ ଲୋକେ ଚୁଟି ଜନିତ ସମସ୍ୟା ଭୋଗ କରୁଛନ୍ତି, ଯାହା କ୍ରମେ ଏକ ମୁଣ୍ଡବିନ୍ଧାର କାରଣ ସାଜିଛି । ଶୀତଦିନରେ ଅଧିକ ଚୁଟି ସମସ୍ୟା ଦେଖାଯିବାର ଲକ୍ଷ କରାଯାଏ, କିନ୍ତୁ ଏବେ ଏହା ଏକ ନିତି ଦିନିଆ ସମସ୍ୟାରେ ପରିଣତ ହୋଇଛି । ଜାମୁକୋଳି ରସ କୁ ଫର୍ମେଣ୍ଟ କରି ଏହାର ଭିନେଗାର ପ୍ରସ୍ତୁତ କରାଯାଏ । ଆପଣ ଏହାକୁ ଘରେ ମଧ୍ୟ କରିପାରିବେ । ପେଟ ସଂକ୍ରମଣକୁ ଦୂର କରିବା ପାଇଁ ଜାମୁକୋଳି ଭିନେଗାର ବହୁଲାଭଦାୟକ ଅଟେ । ଏଥିରେ ଭିଟାମିନ୍ ସି ଥାଏ ଯାହା ପେଟର କ୍ଷତିକାରକ ଜୀବାଣୁକୁ ମାରି ଶରୀରରେ pHକୁ ସନ୍ତୁଳିତ କରେ । ତେବେ ଆସନ୍ତୁ ଜାଣିବା ଜାମୁକୋଳି ଭିନେଗାରର ଉପକାରିତା ବିଷୟରେ –
– ଶରୀରରେ ଆଇରନ ଅଭାବ କାରଣରୁ କେଶ ଝଡିବା ସମସ୍ୟା ହୋଇଥାଏ । ଜାମୁକୋଳି ଭିନେଗାରରେ ଆଇରନର ପରିମାଣ ଅଧିକ ମାତ୍ରାରେ ଥାଏ ଯାହା କେଶ ଛଡିବା ସମସ୍ୟା ଦୂର କରିବାରେ ଲାଭଦାୟକ ହୋଇଥାଏ । ଏହାସହ ଏହାକୁ ନିୟମିତ ସେବନ କରିବା ଦ୍ୱାରା ରକ୍ତହୀନତାକୁ ଦୂର ହେବା ସହ ଶରୀରରେ ହେମୋଗ୍ଲୋବିନ୍ ବଢାଇଥାଏ । ଏହାକୁ ଏକ ଗ୍ଲାସ ପାଣିରେ ମିଶାଇ ପିଅନ୍ତୁ ।
– ଜାମୁକୋଳି ଭିନେଗାରରେ ଭିଟାମିନ୍ ସି ଭରପୂର ମାତ୍ରାରେ ଥାଏ ଯାହା ରୂପି ସମସ୍ୟା ଦୂର କରିଥାଏ । ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣଗୁଡିକ ତ୍ୱଚାକୁ ସଫା କରିଥାଏ । ଏହାକୁ ଥଣ୍ଡା ପାଣିରେ ମିଶାଇ ତ୍ୱଚାରେ ଲଗାନ୍ତୁ ।
– ମୁଖରେ ବ୍ରଣ ହୋଇଥିଲେ ଆପଣ ଜାମୁକୋଳି ଭିନେଗାର ବ୍ୟବହାର କରିପାରିବେ । ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଅଛି ଯାହା ଚର୍ମ ଭିତରେ ଥିବା ଜୀବାଣୁ ବୃଦ୍ଧିରେ ରୋକିଥାଏ । ଜାମୁକୋଳି ଭିନେଗାରରେ କିଛି ପାଣି ମିଶାଇ ଏହାକୁ ତୁଳା ସାହାଯ୍ୟରେ ମୁହଁରେ ଲଗାନ୍ତୁ । ଆପଣ ବେସନ ଏବଂ ଭିନେଗାର ମିଶ୍ରଣ କରି ମଧ୍ୟ ବ୍ୟବହାର କରିପାରିବେ । ଏହାକୁ ୨୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ ଏବଂ ତା’ପରେ ସାଧା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ ।
– ଜାମୁକୋଳି ଭିନେଗାରରେ ଆଣ୍ଟି ଫଙ୍ଗଲ୍ ଏବଂ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଅଛି ଯାହା ତ୍ୱଚା ସଂକ୍ରମଣକୁ ଦୂର କରିଥାଏ । ଏହାକୁ ତୁଳା ସାହାଯ୍ୟରେ ସଂକ୍ରମିତ ଜାଗାରେ ଲଗାନ୍ତୁ । ଏହା ସକ୍ରିୟ ଜୀବାଣୁ ଏବଂ ଫଙ୍ଗସ୍ ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରିଥାଏ ।
Powered by Froala Editor