ଫେବୃଆରୀ ଗାଇଡଲାଇନ: ଶତ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଫେବୃଆରୀ ପାଇଁ ଗାଇଡଲାଇନ ଜାରି । ସାମାନ୍ୟ କୋହଳ ହେଲା କୋଭିଡ୍ କଟକଣା । ଶତ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ ଚାଲିବ ବୋଲି ନୂଆ ଗାଇଡ୍ ଲାଇନରେ ଉଲ୍ଲେଖ ରହିଛି । କୋଭିଡ୍ କଟକଣା ଭିତରେ ସମ୍ପୂର୍ଣ୍ଣ କ୍ଷମତାରେ ସରକାରୀ କାର୍ୟ୍ୟ ପରିଚାଳନା କରାଯିବ ।
ଅନ୍ୟପଟେ ଏଣିକି ସମସ୍ତ ସହରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ଯାଏ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ । ସକାଳ ୫ଟାରୁ ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ସେହିଭଳି କୋଭିଡ୍ କଟକଣା ଭିତରେ ଶିକ୍ଷାନୁଷ୍ଠାନରେ ସରସ୍ବତୀ ପୂଜା ପାଳନ ହେବ । ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ପୂଜା ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ସାଧାରଣରେ ପୂଜାକୁ ମନା। ଘରେ ରହି ପରିବାର ସହିତ ସରସ୍ଵତୀ ପୂଜା ପାଳନ କରିବାକୁ ଅନୁମତି। ସରସ୍ଵତୀ ପୂଜାରେ ସାମୁହିକ ଭୋଜିକୁ ମନା ଓ ମନୋରଞ୍ଜନ କାର୍ୟ୍ୟକ୍ରମକୁ ନା।
ତେବେ ଶିକ୍ଷାନୁଷ୍ଠାନ ବ୍ୟତୀତ ଅନ୍ୟ କୌଣସି ପୂଜା ହୋଇପାରିବ ନାହିଁ ବୋଲି ନୂଆ ଗାଇଡଲାଇନରେ ନିର୍ଦ୍ଦେଶାନାମା ଜାରି କରିଛନ୍ତି SRC । ସେହିପରି ବିନା ଶ୍ରଦ୍ଧାଳୁରେ ହେବ ମାଘ ସପ୍ତମୀ ପୂଜା । ମନ୍ଦିର ଭିତରେ ରୀତିନୀତିରେ ପୂଜା ହୋଇପାରିବ । ହେଲେ ପୂଜାରେ କୌଣସି ଶ୍ରଦ୍ଧାଳୁ ସାମିଲ ହୋଇପାରିବେ ନାହିଁ ।
Powered by Froala Editor