ଆପଣଙ୍କ ପେଟ ଧିରେଧିରେ ବଢ଼ିବାରେ ଲଗୁଛି କି? ହାଲକା ରେ ନିଅନ୍ତୁ ନାହିଁ
ଆଜିକାଲିର ଯୁଗରେ ନିଜର ଖାଦ୍ୟପେୟରେ ଧ୍ୟାନ ନରଖିଲେ ବିଭିନ୍ନ ରୋଗରେ ପଢ଼ୁଛନ୍ତି ଅଧିକାଂଶ ଲୋକେ । କିନ୍ତୁ ଏହାକୁ ଅତି ସହଜରେ ଗ୍ରହଣ କରିନେବା ଉଚିତ କଥା ନୁହଁ । ଆମ ଶରୀରରେ କୌଣସି ପରିବର୍ତ୍ତନ ବହୁତ ବଡ଼ ଅସୁବିଧା ଆଣିଦେଇଥାଏ ଭବିଷ୍ୟତରେ । ଏହାକୁ ଯାଣନ୍ତୁ ଓ ଏହାର ଉଚିତ ଚିକିସôା କରାନ୍ତୁ । ଏହିପରି ସାଧାରଣରେ ନେଉଥିବା ଏକ ବଡ଼ ସମସ୍ୟା ହେଉଛି ନିଜ ପେଟର ଆକାର ଧିରେଧିରେ ବୃଦ୍ଧି ପାଇବା, ଯାହାକୁ ଆମେ ଅତି ସହଜରେ ଗ୍ରହଣ କରିନିଅନ୍ତି ନଚେତ ବିଭିନ୍ନ ପ୍ରକାରର ତରିକା ଆପଣାନ୍ତି । ତେବେ ଆସନ୍ତୁ ଯାଣିବା ଏହାର କାରଣ । କଣ ଆପଣ ଜାଣିଛନ୍ତି ପେଟ ବଡ ହେଲେ କଣ ରୋଗ ହୋଇପାରେ । ଶରୀରରେ ଯେଉଁ ସ୍ଥାନରେ ଚର୍ବି ଜମା ହୁଏ ତାହା ହେଉଛି ଆପଣଙ୍କ ପେଟ । ଆଜି ଆମେ ଆପଣଙ୍କୁ କହିବୁ, ଆପଣଙ୍କ ପେଟର ଚର୍ବି କେଉଁ ସ୍ତର ଯାଏ ଖରାପ ।
ପେଟରେ ଦୁଇ ପ୍ରକାରର ଚର୍ବି ଥାଏ । ଗୋଟିଏ ଦେଖା ଯାଏ ଆଉ ଅନ୍ୟଟି ଦେହ ଭିତରେ ବଢ଼ିଥାଏ ଯାହା ଦେଖା ଯାଏନି । ପେଟ ବାହାରିବାର ମୂଳ କାରଣ ଜାଣିଛନ୍ତି ? ଯଦି ଆପଣ ସକାଳ ଜଳଖିଆ ଖାଉ ନାହାଁନ୍ତି ତେବେ ଆପଣଙ୍କ ମେଟାବଲିଜମ୍ ଧିମା ହୋଇଯାଏ ଯାହା କାରଣରୁ ଆପଣଙ୍କ ଓଜନ ବଢିଯାଏ । ଆପଣ ଯଦି ଥଣ୍ଡା ପାନୀୟ ପିଉଛନ୍ତି ତେବେ ଜାଣି ନିଅନ୍ତୁ ଆପଣଙ୍କ ପେଟ ବଢ଼ି ଚାଲିବ । ଏହା ଏଭଳି ଏକ ପାନୀୟ ଯାହା ଭିତରେ ଅର୍ଟିଫିସିଆଲ ସୁଗାର ଥାଏ ଯେଉଁ କାରଣରୁ ଆପଣଙ୍କୁ ଅଧିକ ଭୋକ ଲାଗେ ଆଉ ଆପଣ ମନ ଇଚ୍ଛା ଖାଇ ଚାଲନ୍ତି। ଏହି କାରଣରୁ ପେଟ ବଢିଚାଲେ ।
ଅନ୍ୟ କାରଣଟି ହେଲା ସବୁବେଳେ ଚିନ୍ତିତ ରହିବା । ଯଦି ଆପଣ ଚିନ୍ତା କରୁଛନ୍ତି ଆପଣଙ୍କ ଶରୀରରେ ଥିବା ହର୍ମୋନ ଏପଟ ସେପଟ ହୋଇ ଶରୀରରେ ଚର୍ବି କୁ ଜମା କରେ ଯାହା ସହଜରେ ପେଟରେ ଜମା ହୋଇ ଚାଲେ । ଏମିତି ବି ଆପଣ ଭାବୁଥିବେ ଏସବୁ ସମସ୍ୟା ମୋର ନାହିଁ ହେଲେ ଯଦି ଆପଣ ଅଧିକ ମାତ୍ରାରେ ଆଲକହଲ ସେବନ କରୁଛନ୍ତି ତେବେ ଆପଣ ପେଟ ବଢିବା ଥୟ । ପେଟରେ ଅଯଥା କ୍ୟାଲୋରୀ ବଢିଚାଲେ ମାଦକ ଦ୍ରବ୍ୟ ସେବନ କଲେ । ଯେଉଁ କାରଣରୁ ଆପଣଙ୍କ ପେଟ ଆଖ ପାଖରେ ଚର୍ବି ଜମା ହୋଇ ଚାଲେ। ଆଉ ପେଟ ବଢିଯାଏ ।
ପେଟ ବଢିବାର ଆଉ ଏକ କାରଣ ବହୁତ ଡେରିରେ ଡିନର କରିବା । ଯଦି ଆପଣ ଅଧିକ ରାତିରେ ଖାଦ୍ୟ ଖାଉଛନ୍ତି ତେବେ ସେହି ଖାଦ୍ୟ ସହଜେ ହଜମ ହେବ ନାହିଁ ତାହା କେବଳ ଫ୍ୟାଟ ତିଆରି କରିବ ଆଉ ଆପଣଙ୍କ ଖାଦ୍ୟରୁ କୌଣସି ଶକ୍ତି ଆପଣଙ୍କ ଶରୀରକୁ ମିଳିବ ନାହିଁ । ଶେଷରେ ଫ୍ୟାଟ ସବୁ ସେହି ପେଟରେ ହିଁ ଜମା ହୋଇ ଚାଲିବ । ଏମିତି କି ଆପଣଙ୍କୁ ଥଣ୍ଡା, ଏସିଡିଟି ଭଳି ରୋଗ ମାଡ଼ି ବସିବ । ଏଥିପାଇଁ ଶୋଇବାର ଚାରି ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇ ଦିଅନ୍ତୁ ।
ବୟସ ବଢିବା ସହ ମଣିଷ ଶରୀରର DHEA ହର୍ମୋନ ତିଆରି ହେବା ବନ୍ଦ ହୋଇଯାଏ ଏହି କରଣରୁ ପେଟ ମୋଟା ହେବାକୁ ଲାଗେ । ତେଣୁ ବୟସ ବଢିବା ସହ ବ୍ୟାୟାମ କରିବା ଅଭ୍ୟାସ ଆଜିଠାରୁ ହିଁ କରି ଦିଅନ୍ତୁ । ଖାଲି ଦୁଗ୍ଧ ଜାତୀୟ ଖାଦ୍ୟ ଖାଇଲେ, ଭଲରେ ନ ଶୋଇଲେ ବି ପେଟ ବଢେ । ନିଦ ଭଲରେ ନ ହେଲେ ଶରୀରରେ ଗୋଟିଏ ରାତିରେ ୩୦୦ କ୍ୟାଲୋରୀ ଆପେ ବଢିଯାଏ । ଯାହା ପେଟ ବଢାଇ ଦିଏ । କେବଳ ପେଟ ବଢ଼େନି ଶରୀରରେ ଅନେକ ରୋଗ ଘର କରିବାକୁ ଜାଗା ପାଇ ଯାଆନ୍ତି ଏମିତି କି ମସ୍ତିଷ୍କ କାମ କରିବା ବନ୍ଦ କରିଦିଏ ।
ଯଦି ଆପଣ ଅଫିସରେ କିମ୍ବା ଘରେ ବସି ରହୁଛନ୍ତି ତେବେ ବି ଆପଣଙ୍କ ପେଟ ବଢିବ ହିଁ ବଢିବ । କିଛି କିଛି ସମୟରେ ଛିଡ଼ା ହୁଅନ୍ତୁ । ଚାଲନ୍ତୁ ନଚେତ୍ ଶରୀରର ଏନର୍ଜି କମିଯିବା ସହ ପେଟ ବଢିଯିବ । କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ବହୁତ ଖାଇ ଦିଅନ୍ତି, ବହୁତ ସମୟ ବସି ରୁହନ୍ତି ହେଲେ ସେମାନଙ୍କ ପେଟ ବଢେନି ଏଭଳି ଲୋକଙ୍କ ପାଇଁ ତାଙ୍କ ଜିନ ବରଦାନ ଭଳି ହୋଇ ଥାଏ । ହେଲେ ଏହି ଜିନରେ ଅନ୍ୟ ସମସ୍ୟା ଥାଏ ଯେମିତିକି ଏମାନେ ଚନ୍ଦା ହୋଇଥାନ୍ତି, ବହୁତ ପତଳା ଦେଖାଯାଆନ୍ତି ଯେଉଁଥି ପାଇଁ ସବୁବେଳେ ରୋଗିଣା ଦେଖା ଯାଆନ୍ତି । ଏମାନେ ବୟସ ତୁଳନାରେ ବେଶି ବୟସ୍କ ଲାଗନ୍ତି ।
Powered by Froala Editor