୩ ଟ୍ରକ୍ ଜାଳିଦେଲେ ମାଓବାଦୀ
ମାଲକାନଗିରି: ୩ ଟ୍ରକ୍ ଜାଳିଦେଲେ ମାଓବାଦୀ । ଘଟଣା ଘଟିଛି ମାଲକାନଗିରି-ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲା ଧନରା ଥାନା ଅନ୍ତର୍ଗତ ରାଜପୁର ଗାଁରେ । ଖବରପାଇ ସ୍ଥାନୀୟ ପୁଲିସ୍ ସହ ସିଆର୍ପିଏଫ୍ ଓ ଡିଆର୍ଜି ବାହିନୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ୍କୁ ଜୋରଦାର୍ କରାଯାଇଛି ।
ଟ୍ରକ୍ଗୁଡ଼ିକ ଜଗଦଲପୁରରୁ ରାୟପୁର ଯାଉଥିଲା । ହିରଙ୍ଗିଝାଡ଼ ଜଙ୍ଗଲ ରାସ୍ତାରେ ଟ୍ରକ୍ଗୁଡ଼ିକ ଯାଉଥିବା ବେଳେ ହଠାତ୍ ୪୦ରୁ ୫୦ ସଶସ୍ତ୍ର ମାଓବାଦୀ ରାସ୍ତା ଉପରକୁ ଆସି ଯାଇଥିଲେ । ଟ୍ରକ୍ ଚାଳକଙ୍କୁ ଅଟକାଇବା ସହିତ ତୁରନ୍ତ ଓହ୍ଲାଇ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଟ୍ରକ୍ଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ । ଫଳରେ ତିନୋଟି ଯାକ ଟ୍ରକ୍ ହୁତୁହୁତୁ ହୋଇ ଜଳି ଯାଇଥିଲା । ଏହି ଘଟଣା ପରେ ମାଓବାଦୀମାନେ ପୁଣି ଜଙ୍ଗଲକୁ ପଳାଇ ଥିଲେ । ଟ୍ରକ୍ ଚାଳକ ଏନେଇ ପୁଲିସ୍କୁ ଜଣାଇଥିଲେ ।
Powered by Froala Editor