ଆଜି ରାଜ୍ୟରେ ୫ହଜାର ୯୦୧କରୋନା ପଜିଟିଭ୍, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତକାଲି ରାଜ୍ୟରେ ୭ହଜାର ଉପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରେ ୫ହଜାର ୯୦୧କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୪୧୯ଜଣ ରହିଥିବାବେଳେ ୨୪୮୨ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୭୩୯ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୧ହଜାର ୪୩୦ , ଅନୁଗୁଳରୁ ୯୩, କଟକରୁ ୪୦୨, ବାଲେଶ୍ୱରରୁ ୩୦୦, ବରଗଡରୁ ୧୦୨, ଭଦ୍ରକରୁ ୯୬, ବଲାଙ୍ଗୀରରୁ ୧୮୪, ବୌଦ୍ଧରୁ ୭୮, ଦେବଗଡରୁ ୮୯, ଢେଙ୍କାନାଳରୁ ୭୩, ଗଜପତିରୁ ୬୯, ଗଞ୍ଜାମରୁ ୯୫, ଜଗତସିଂହପୁରରୁ ୮୨, ଯାଜପୁରରୁ ୧୯୧, ଝାରସୁଗୁଡାରୁ ୬୩, କଳାହାଣ୍ଡିରୁ ୧୬୮, କନ୍ଧମାଳରୁ ୮୬, କେନ୍ଦ୍ରାପଡାରୁ ୧୪୪, କେନ୍ଦୁଝରରୁ ୧୨୮, କେରାପୁଟରୁ ୬୪, ମାଲକାନାଗିରିରୁ ୫୫, ମୟୂରଭଞ୍ଜରୁ ୧୪୯, ନବରଙ୍ଗପୁରରୁ ୧୧୩, ନୟାଗଡରୁ ୧୮୦, ନୂଆପଡାରୁ ୧୮୯, ପୁରୀରୁ ୧୧୭, ରାୟଗଡାରୁ ୧୦୧, ସମ୍ବଲପୁରରୁ ୧୩୮, ସୋନପୁରରୁ ୮୬, ସୁନ୍ଦରଗଡରୁ ୫୪୫, ରାଜ୍ୟପୁଲରୁ ୨୯୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୩୧ହଜାର ୧୬୯କୁ ବୃଦ୍ଧି ପାଇଛି ।
Powered by Froala Editor