ଟ୍ରକ ଓଲଟି ପଡିବାରୁ ଜଣଙ୍କ ମୃତ୍ୟୁ, ୭ ଆହତ
ଟ୍ରକ ଓଲଟିପଡିବାରୁ ଜଣଙ୍କ ମୃତ୍ୟୁ ଘଟିଛି ଓ ୭ ଜଣ ଆହତ ହୋଇଛନ୍ତି । ଏ ଦୁର୍ଘଟଣା ବାରିପଦା ସଦର ଥାନା ଯୋଡିବାରୁ ପୁଚୁସାହି ନିକଟରେ ଘଟିଛି । ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ଓ ଆମ୍ବୁଲାନ୍ସ ଯୋଗେ ଗୁରୁତର ଆହତମାନଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସପିଟାଲକୁ ସ୍ଥାନାନନ୍ତର କରାଯାଇଛି । ବାରିପଦା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଅନୁଯାୟୀ, କେନ୍ଦୁଝୁରୀ ଗାଁ ଲୋକେ ୫କି.ମି. ଦୂରରେ ଥିବା କେନ୍ଦୁଆ ଗ୍ରାମପଞ୍ଚାୟତରୁ କଣ୍ଟ୍ରୋଲ ଚାଉଳ ନେଇ ଏକ ଟ୍ରକରେ ଘରକୁ ଫେରୁଥିବା ସମୟରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡରେ ଏକ ଗଛକୁ ଧକ୍କା ଦେବା ସହ ଓଲଟି ପଡିଥିଲା। ଘଟଣାସ୍ଥଳରେ ଗ୍ରାମର ଦୁଆରି ଭକ୍ତାଙ୍କ ସ୍ତ୍ରୀ ୪୫ ବର୍ଷୀୟା ଜନି ନାଏକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୭ରୁ ଉର୍ଦ୍ଧ୍ବ ଗୁରୁତର ଭାବେ ଆହତ ହୋଇଛନ୍ତି ।
Powered by Froala Editor