ମା’ ପାଇଁ ୨୦ ଫୁଟ୍ କୂଅକୁ ଡେଇଁଲା ପୁଅ
ନିର୍ଯାତନାର ଖବର ପ୍ରତିଦିନ କିଛି ନା କିଛି ପ୍ରସାରିତ ହେଉଛି । କେଉଁଠି ବାପା, ମା’ ନିର୍ଯାତନାର ଶିକାର ହୋଇ ପଡି ରହୁଛନ୍ତି ତ କେଉଁଠି ମୃତ୍ୟୁବରଣ କରୁଛନ୍ତି । ହେଲେ ଆଜି ଜଣେ ପୁଅ ଏମିତି କାମ କରିଛନ୍ତି ଯେ, ତାଙ୍କୁ ସବୁଠି ସାବାସୀ ମିଳୁଛି ।
ସୂଚନା ଅନୁଯାୟୀ, ଆଜି ସକାଳେ ନୂଆପଡ଼ା ଜିଲ୍ଲା କୋମନା ବଙ୍ଗଲାପଡ଼ାର ୬୬ ବର୍ଷୀୟା ଶଶିପ୍ରଭା ପାଣିଗ୍ରାହୀ ନିଜ କୂଅ ଚାନ୍ଦିନୀରେ ବସିଥିଲେ । ମାତ୍ର ଅସାବଧାନତା ହେତୁ ସେ ହଠାତ୍ କୂଅରେ ପଡ଼ି ଯାଇଥିଲେ । ତାଙ୍କ ପୁଅ ସତ୍ୟ ନାରାୟଣ ପାଣିଗ୍ରାହୀ (୪୦) ଏହା ଦେଖିଥିଲେ। ଫଳରେ ମା’ଙ୍କୁ ରକ୍ଷା କରିବାକୁ ସେ ବି ସଙ୍ଗେ ସଙ୍ଗେ ୨୦ ଫୁଟ୍ ଗଭୀର କୂଅକୁ ଡେଇଁ ପଡ଼ିଥିଲେ। କାଳେ ମା ଅଣନିଶ୍ବାସୀ ହୋଇଯିଵେ ଭାଵି ସାଙ୍ଗେସାଙ୍ଗେ କୂଅ ଭିତରକୁ ଡେଇଁପଡି ମାକୁ ଧରି ରହିଥିଲେ। କିନ୍ତୁ ଉପରକୁ ଉଠିପାରୁ ନଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ଏହାପରେ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ମା’ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
Powered by Froala Editor