ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବିମାନ ଚଳାଚଳ ବାତିଲ
![ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବିମାନ ଚଳାଚଳ ବାତିଲ](https://odishanewslens.com/news_gallery/9980_1642601869.png)
ଓମିକ୍ରନ ଜନିତ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବିମାନ ଚଳାଚଳ ବନ୍ଦ ରହିବ । ଏନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ନିର୍ଦ୍ଦେଶନାମା ଜାରି କରିଛି । ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲେ ମଧ୍ୟ ଏୟାର ବବଲ୍ସ ଚୁକ୍ତି ହୋଇଥିବା ଦେଶଗୁଡ଼ିକୁ ଭାରତରୁ ବିମାନ ଉଡ଼ି ପାରିବ। ଭାରତ ସରକାର ଏଯାଏ ୩୦ଟି ଦେଶ ସହ ଏହି ଚୁକ୍ତି କରିଛନ୍ତି। ପୂର୍ବ ବ୍ୟବସ୍ଥା ପରି କାର୍ଗୋ ଫ୍ଲାଇଟ ସେବା ଜାରି ରହିବ ।
ଡିଜିସିଏ କହିଛି, ଫେବୃଆରୀ ୨୮ ଯାଏ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ। ହେଲେ ଏହା ମାଲ ପରିବହନ ଓ ଜରୁରୀ ସେବାରେ ନିୟୋଜିତ ବିମାନଗୁଡ଼ିକ ଉପରେ ଲାଗୁ ହେବନି। ସେହିପରି ସ୍ୱତନ୍ତ୍ର ଅନୁମତିପ୍ରାପ୍ତ ବିମାନଗୁଡ଼ିକ ମଧ୍ୟ ବିଦେଶକୁ ଉଡ଼ାଣ କରିପାରିବେ। ସ୍ଥିତିକୁ ସମୀକ୍ଷା କରି କିଛି ନିର୍ଦ୍ଦିଷ୍ଟ ରୁଟ୍ରେ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ଦିଆଯିବ ବୋଲି ଡିଜିସିଏ କହିଛି।
ଗତବର୍ଷ ଡିସେମ୍ବର ୧୫ରୁ ଭାରତ ସରକାର ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବେ ବୋଲି କହିଥିଲେ। ହେଲେ ଓମିକ୍ରନ ଭାରିଏଣ୍ଟ ଯୋଗୁ ଏହା ସମ୍ଭବ ହୋଇପାରିନାହିଁ।
Powered by Froala Editor