ଚିଡ଼ିଆଖାନାରେ ପଶିଲା କରୋନା, ଆକ୍ରାନ୍ତ ହେଲେ ୩ ସିଂହ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଏକ ଘରୋଇ ଚିଡ଼ିଆଖାନାରେ କରୋନା ପଶିଛି । ସେଠାରେ ଥିବା ୩ ସିଂହ କୋଭିଡ୍ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ନମୁନାର ଜିନୋମ୍ ସିକ୍ୱେନ୍ସିଂ କରାଯାଇଥିଲା । ଏଥିରୁ ସ୍ପଷ୍ଟ ହୋଇଛି ସିଂହଗୁଡ଼ିକ ଡେଲ୍ଟା ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି ।
ଚିଡ଼ିଆଖାନାର ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ, ପାଖାପାଖି ୧୫ ଦିନ ହେବ ସିଂହଗୁଡ଼ିକର ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖା ଦେଇଥିଲା । ଶୁଖିଲା କାଶ ଭଳି ଲକ୍ଷଣ ପ୍ରକାଶ ପାଇଥିଲା । ସେମାନେ ଅସୁସ୍ଥ ହୋଇ ଯାଇଥିଲେ । ଯାହାକୁ ନେଇ କର୍ମଚାରୀମାନେ ଚିନ୍ତାରେ ପଡ଼ିଥିଲେ । ତୁରନ୍ତ ନମୁନା ପରୀକ୍ଷା କରାଯାଇଥିଲା । ଯେଉଁଥିରୁ ସେମାନେ କୋଭିଡ୍ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ଏବେ ସେମାନଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଇଛି । କର୍ମଚାରୀମାନେ ମଧ୍ୟ କ୍ୱାରେଣ୍ଟାଇନ୍ରେ ରହିଛନ୍ତି । ଏକ ଡାକ୍ତରୀ ଟିମ୍ ସିଂହଗୁଡ଼ିକର ଚିକିତ୍ସା ଜାରି ରଖିଛନ୍ତି । ସେମାନଙ୍କୁ ଔଷଧ ଓ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଉଛି । ଏବେ ସିଂହଗୁଡ଼ିକର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଚିଡ଼ିଆଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
୨୦୨୧ରେ ଦକ୍ଷିଣ ଆଫ୍ରିକାରେ କରୋନାର ତୃତୀୟ ଲହର ସମୟରେ ଚିଡିଆଖାନାର ତିନୋଟି ସିଂହ ଅସୁସ୍ଥ ହୋଇଥିଲେ । ସେମାନଙ୍କୁ ମଧ୍ୟ ସେତେବେଳେ କରୋନା ହୋଇଥିଲା। ଏବେ ଆଉ କିଛି ସିଂହ ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯଦି ସିଂହମାନେ ଅଧିକ ସମୟ ଯାଏଁ ସଂକ୍ରମିତ ରୁହନ୍ତି ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ପାରେ । ଏକ ନୂଆ ରୋଗ ଜନ୍ମ ନେଇପାରେ । ସଂକ୍ରମିତ ସିଂହ ଗୁଡିକୁ ପ୍ରାଣୀଉଦ୍ୟାନ ଭିତରେ ଅଲଗା ରଖାଯାଇଛି ।
Powered by Froala Editor