ନାଇଟ ସିଫ୍ଟ କାମ କରୁଥିଲେ, ଆପଣାନ୍ତୁ ଏହି ସବୁ ଟିପ୍ସ

ଆଜିକାଲି ସଂଖ୍ୟାଧିକ କମ୍ପାନୀରେ ‘ନାଇଟ ସିଫ୍ଟ’ ରେ କାମ କରିବାର ନିୟମ କାର୍ଯ୍ୟକାରୀ ହୋଇଛି । ପ୍ରତ୍ୟେକ ବର୍ଗର ପିଢ଼ି ମଧ୍ୟ ଏହି ନିୟମ ସହ ଏକରକମ ଅଭ୍ୟସ୍ତ ହୋଇଗଲେଣି । ତେବେ ରାତିବେଳା କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀ କେତୋଟି ଦିଗ ପ୍ରତି ସଚେତନ ହେବା ଜରୁରୀ ।
ଶରୀରକୁ ହାନି ପହଞ୍ଚାଉଥିବା ଖାଦ୍ୟପାନୀୟ ‘ନାଇଟ ସିଫ୍ଟ’ରେ କାମ କରୁଥିଲେ ଖାଇବା ଅନୁଚିତ । ଯେତେ ଇଚ୍ଛା ହେଲେ ମଧ୍ୟ ସେ ସବୁ ଖାଇବା ଠାରୁ ଦୂରରେ ରହି ପୋଷକ ତତ୍ତ୍ୱ, ମିନେରାଲସ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ ଓ ଆବଶ୍ୟକ ପରିମାଣରେ ପାଣି ମଧ୍ୟ ପିଇବା ଉଚିତ ।
ଅଧିକ ପରିମାଣରେ ରାତି୍ରବେଳା ଖାଇଲେ ନିଦ ଲାଗିବା ସ୍ୱାଭାବିକ ଓ ଅଳସୁଆ ମଧ୍ୟ ଲାଗେ । ଏଣୁ ଏଥିରୁ ବର୍ତ୍ତିବା ନିମନ୍ତେ ଅଳ୍ପ ପରିମାଣରେ ଭୋଜନ କରିବା ଉଚିତ । ‘ନାଇଟ ସିଫ୍ଟ’ କରୁଥିବା ଲୋକଙ୍କ ନିମନ୍ତେ ଭୋଜନର ପ୍ରକୃଷ୍ଟ ସମୟ ହେଉଛି ସନ୍ଧ୍ୟା ୫-୭ଟା । ଏଇ ସମୟରେ ସେମାନେ ଖାଇଲେ ହଜମ ମଧ୍ୟ ଭଲ ଭାବେ ହୋଇଥାଏ ।
ରାତି୍ରବେଳା କାମ କରୁଥିବା ଲୋକଙ୍କର ମୁଣ୍ଡ ବିନ୍ଧା ଏକ ପ୍ରମୁଖ ସମସ୍ୟା । ସେମାନେ ଏଥିରୁ ବର୍ତ୍ତିବା ପାଇଁ ଘରେ ଥିବା ବେଳେ ୧୦-୧୨ ମିନିଟ ଧ୍ୟାନ କରିବା ଉଚିତ ।
କାମ କରିବା ଶରୀର ପାଇଁ ହିତକାରୀ, କିନ୍ତୁ ଶରୀରର ଯତ୍ନ ନେବା ମଧ୍ୟ ସେତିକି ଆବଶ୍ୟକ । ‘ନାଇଟ ସିଫ୍ଟ’ କରୁଥିବା ଲୋକେ ସାପ୍ତାହିକ ଭାବେ ରକ୍ତଚାପ, ମଧୁମେହ ଇତ୍ୟାଦିର ପରୀକ୍ଷା କରାଇନେବା ଭଲ ।
Powered by Froala Editor