ଥଣ୍ଡା, ଛିଙ୍କର ସମସ୍ୟା ଥିଲେ , ପିଅନ୍ତୁ ଏହି ଚା
ନିୟମିତ ଭାବେ ସକାଳବେଳା ଅଦା ଚା’, ତେଜପତ୍ର ଚା’ପିଇବା ସ୍ୱାସ୍ଥ୍ୟ ଯେପରି ହିତକାରୀ, ତୁଳସୀ ଚା’ମଧ୍ୟ ଅନେକ ଉତ୍ତମ ପ୍ରଭାବ ରହିଛି । ଆୟୁର୍ବେଦ ବିଶେଷଜ୍ଞ ସମରଜିତ ଆଚାର୍ଯ୍ୟଙ୍କ ମତରେ ସକାଳେ ନାଲି ଚା’ରେ ୪-୫ଟି ତୁଳସୀ ପତ୍ରର ରସ ମିଶାଇ ପିଇବା ଦେହ ପାଇଁ ଖୁବ ଭଲ ।
ଥଣ୍ଡା, ଛିଙ୍କର ସମସ୍ୟା ଥିଲେ ତୁଳସୀ ଚା’ପ୍ରତ୍ୟହ ପିଇଲେ ୧ ମାସ ମଧ୍ୟରେ ସେଥିରୁ ରକ୍ଷା ପାଇପାରିବେ । ଶ୍ୱାସ, ବ୍ରୋଙ୍କାଇଟିସ ରୋଗ ପାଇଁ ମଧ୍ୟ ତୁଳସୀ ଚା ଏକ ଉତ୍ତମ ଖୋରାକ । ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ନିମନ୍ତେ ତୁଳସୀରସର ଚା ନିୟମିତ ପିଇବା ଉଚିତ ।
ମାନସିକ ଚାପରେ ରହୁଥିବା ଲୋକ ଏଇ ଚା’ପିଇବା ସେମାନଙ୍କ ପାଇଁ ମହୌଷଧି ଠାରୁ କମ ନୁହେଁ । ମଧୁମେହ ରୋଗୀ ମଧ୍ୟ ଖିର ଚା’ପିଇବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ।
ଆଣ୍ଠୁଗଣ୍ଠିର ଦରଜ କମାଇବା ନିମନ୍ତେ ତୁଳସୀ ପତ୍ର ରସର ଚା’ପିଇଲେ କିଛି ଦିନ ମଧ୍ୟରେ ଏହାର ପ୍ରଭାବ ଜଣାପଡ଼ିଥାଏ ।
Powered by Froala Editor