‘ଓ ଅଣ୍ଟାୱା’ ଡ୍ୟାନ୍ସ ପାଇଁ ୫ କୋଟି ଟଙ୍କା ନେଇଛନ୍ତି ସାମନ୍ଥା

ବକ୍ସ ଅଫିସରେ ଧମାଲ ମଚାଇଛି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ହିଟ୍ ଫିଲ୍ମ ପୁଷ୍ପା । ଫିଲ୍ମର ଡାଇଲଗ ଓ ଗୀତ ଗୁଡିକ ମନଛୁଆଁ ହୋଇଛି । ଯେଉଁଠି ଦେଖ ସେଇଠି ପୁଷ୍ପା ଫିଲ୍ମର ଗୀତ ଚାଲିଛି । ତେବେ ଜାଣିଛନ୍ତି ଏହି ଫିଲ୍ମର ଆଇଟମ ସଙ୍ଗ୍ ‘ଓ ଅଣ୍ଟାୱା’ ପାଇଁ କେତେ ଟଙ୍କା ନେଇଛନ୍ତି ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ? ପୂରା ୫ କୋଟି ଟଙ୍କା ନେଇଛନ୍ତି ସେ ।
ଗୀତ ‘ଓ ଅଣ୍ଟାୱା’ରେ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖି ସମସ୍ତଙ୍କର ଉଡି ଯାଇଛି ହୋସ୍। ଏହି ଆଇଟମ୍ ଗୀତଟିକୁ କେବଳ ଫ୍ୟାନ୍ସ ନୁହନ୍ତି, ସେଲିବ୍ରେଟିମାନେ ମଧ୍ୟ ବହୁତ ପସନ୍ଦ କରୁଥିବା ଦେଖାଯାଇଛି ।
ତେବେ ପ୍ରଥମ ଥର ପାଇଁ ଆଇଟମ୍ ଡ୍ୟାନ୍ସରେ ସାମନ୍ଥାଙ୍କୁ ଦେଖିବାକୁ ମିଳିଛି । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ସାମନ୍ଥା ଉକ୍ତ ଗୀତରେ ଅଭିନୟ ପାଇଁ ପ୍ରଥମରୁ ଅନିଚ୍ଛୁକ ଥିଲେ, ମାତ୍ର ପରେ ହଁ କରିଥିଲେ । ସାମନ୍ଥାଙ୍କ ଏହି ୩ ମିନିଟିର ଭିଡିଓ ପାଇଁ ସେ ୫ କୋଟି ଟଙ୍କା ନେଇଛନ୍ତି ।
Powered by Froala Editor