ଷ୍ଟେଟ ବ୍ୟାଙ୍କ ଲକରରୁ ଘଟଣା: ଜଣେ ଗିରଫ

ଜୟପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଷ୍ଟେଟ ବ୍ୟାଙ୍କ ଲକରରୁ ୧ କିଲୋ ୬୦୦ ଗ୍ରାମ ସୁନା ଚୋରି ହେବା ଘଟଣାରେ ଜଣେ ଗିରଫ। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଶେଖର କୁଲଦୀପ। ଶେଖର ଠାରୁ ୧୧୮୯ ଗ୍ରାମର ସୁନା ସହ ୨ ଲକ୍ଷ ୯୫ ହଜାର ଟଙ୍କା ଜବତ ହୋଇଛି। ଶେଖର ସେହି ବ୍ୟାଙ୍କରେ ମେସେଞ୍ଜର ଭାବେ କାମ କରୁଥିବା ସୂଚନା ମିଳିଛି।
ପ୍ରକାଶ ଥାଉକି, ଲକ୍ଷ୍ମୀପୁର ଷ୍ଟେଟ୍ ବ୍ୟାଙ୍କର ଷ୍ଟ୍ରଙ୍ଗରୁମ୍ରୁ ଏହି ସୁନା ଗାଏବ୍ ହୋଇଛି । ଏହା ଜଣାପଡ଼ିବା ପରେ ବ୍ୟାଙ୍କର ମ୍ୟାନେଜର ସୁଧାଂଶୁ ଶେଖର ରାଉତ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ କରିଥିଲେ। ତେବେ ବ୍ୟାଙ୍କ ଭିତରେ ଥିବା ଷ୍ଟ୍ରଙ୍ଗରୁମ୍ର କୌଣସି ତାଲା ଭଙ୍ଗାଯାଇନଥିବା ବେଳେ ଏତେ ପରିମାଣ ସୁନା ଗାଏବ ହେଲା କେମିତି, ତାକୁ ନେଇ ତନାଘନା ଆରମ୍ଭ ହୋଇଥିଲା। ଏହା ପଛରେ ବ୍ୟାଙ୍କ କର୍ମଚାରୀଙ୍କ ହାତଥିବା ପୋଲିସ ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିଲା।
Powered by Froala Editor