ଟୀକାକରଣକୁ ପୁରିଲା ବର୍ଷେ

ଭୁବନେଶ୍ବର: ଟୀକାକରଣକୁ ପୁରିଛି ବର୍ଷେ । ୨୦୨୧ ଜାନୁଆରୀ ୧୬ ତାରିଖରେ ଆରମ୍ଭ ହୋଇଥିଲା ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ । ୨୦୨୧ ଆଜିର(ଜାନୁଆରୀ ୧୬) ଦିନରେ ବିଭିନ୍ନ ପର୍ୟ୍ୟାୟରେ ନାଗରିକଙ୍କୁ ଟୀକାକରଣ କରାଯାଇଥିଲା । ସ୍ୱାସ୍ଥ୍ୟକର୍ମୀ, ଫେବୃଆରୀରେ ଆଗଧାଡ଼ିର ଯୋଦ୍ଧାଙ୍କୁ ଟୀକାକରଣ, ମାର୍ଚ୍ଚରେ ୬୦ ବର୍ଷ ସହିତ ୪୫ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଟୀକାକରଣ କରାଯାଇଥିଲା, ଯେଉଁମାନେ ଗୁରୁତର ରୋଗରେ ପୀଡିତ ଥିଲେ । ଏପ୍ରିଲ ମାସରେ ୪୫ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଟୀକାକରଣ କରାଯାଇଥିଲା । ମେ' ମାସରେ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଟୀକାକରଣ କରାଯାଇଥିଲା । ସେହିପରି ଜାନୁଆରୀ ୩ ତାରିଖରୁ ୧୫ ରୁ ୧୮ ବର୍ଷର ପିଲାଙ୍କୁ ଟୀକାକରଣ କରାଯାଇଛି । ଏପର୍ୟ୍ୟନ୍ତ ୫ କୋଟି ୪୧ ଲକ୍ଷ ୭୭ ହଜାର ୧୧୬ ଡୋଜ ଟିକା ଦିଆଯାଇଛି ।ଟୀକାକରଣକୁ ପୁରିଲା ବର୍ଷେ, ଉପାନ୍ତ ଅଞ୍ଚଳରେ ଟୀକାକରଣ ପାଇଁ ଥିଲା ବଡ ଚାଲେଞ୍ଜଟୀକାକରଣକୁ ପୁରିଲା ବର୍ଷେ, ଉପାନ୍ତ ଅଞ୍ଚଳରେ ଟୀକାକରଣ ପାଇଁ ଥିଲା ବଡ ଚାଲେଞ୍ଜସେଥିରୁ ପ୍ରଥମ ଡୋଜ ୯୨.୪% ଓ ଉଭୟ ଡୋଜ ନେଇଛନ୍ତି ୯୦% । ଓଡିଶାରେ ଟିକା ଦେବା ପାଇଁ ଆମ ପାଖରେ ଏକ ବଡ ଚ୍ୟାଲେଞ୍ଜ ରହିଥିଲା । ଉପାନ୍ତ ଅଞ୍ଚଳରେ କିଭଳି ଟୀକାକରଣ ହେବ ସେନେଇ ମଧ୍ୟ ପ୍ରସ୍ତୁତ ହୋଇଥିଲା । ସମସ୍ତଙ୍କ ସହଯୋଗରେ ଆଜି ପର୍ୟ୍ୟନ୍ତ ଟୀକାକରଣ କରିପାରୁଛୁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ସୂଚନା ଅନୁଯାୟୀ, ଦେଶରେ ୨୦୨୧ ଜାନୁଆରୀ ୧୬ ତାରିଖରେ ଥିଲା ଏକ ଐତିହାସିକ ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିନ ଭିଡିଓ କନଫରେନ୍ସିଂ ଜରିଆରେ ଦେଶବ୍ୟାପୀ କୋଭିଡ ୧୯ ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଥିଲେ । ଦେଶର କୋଣ ଅନୁକୋଣରେ ପହଞ୍ଚିବାକୁ ଥିବା ଏହା ହେଉଛି ବିଶ୍ୱର ସର୍ବବୃହତ ଟୀକାକରଣ କାର୍ୟ୍ୟକ୍ରମ । ଏହାର ଶୁଭାରମ୍ଭ ଅବସରରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ୩୦୦୬ ରୁ ଊର୍ଦ୍ଧ୍ବ ଟୀକାକରଣ କେନ୍ଦ୍ର ସହ ଯୋଡି ହୋଇଥିଲେ ।ତେବେ କୋରୋନା ମହାମାରୀକୁ ରୋକିବା ପାଇଁ ଭାରତ ଏକାସଙ୍ଗେ ଦୁଇଟି ଟିକା ପ୍ରସ୍ତୁତ କରିଥିଲା । ଭାରତ ଭଳି ଏକ ଜନବହୁଳ ଦେଶରେ କରୋନାକୁ ରୋକିବା ଏକ ଚିନ୍ତାର ବିଷୟ ହୋଇପଡିଥିଲା। ତେବେ ଜାନୁଆରୀ ୧୬ ତାରିଖରେ ଆରମ୍ଭ ହୋଇ ଆଜିକୁ ବର୍ଷେ ପୁରିଛି ଟୀକାକରଣ । ରାଜ୍ୟରେ ଜାନୁଆରୀ ୧୬ ତାରିଖରେ ୧ ଲକ୍ଷ ୨ ହଜାର ୫୮ ଜଣ ଟୀକା ନେଇଥିଲେ ।
ଭାରତରେ ବର୍ତ୍ତମାନ ସୁଦ୍ଧା ୧୫୬ କୋଟି ୩୭ ଲକ୍ଷ ୩୨ ହଜାର ୨୯୭ ଡୋଜ ନେଇଥିବାବେଳେ ଓଡିଶାରେ ବର୍ତ୍ତମାନ ସୁଦ୍ଧା ୫ କୋଟି ୪୧ ଲକ୍ଷ ୭୭ ହଜାର ୧୧୬ ଡୋଜ ଦିଆସରିଛି । ସେଥିମଧ୍ୟରୁ ପ୍ରଥମ ଡୋଜ ନେଇଛନ୍ତି ୩ କୋଟି ୧୦ ଲକ୍ଷ ୯୯ ହଜାର ୩୯୧ ଏବଂ ଦ୍ୱିତୀୟ ଡୋଜ ନେଇଛନ୍ତି ୨ କୋଟି ୨୮ ଲକ୍ଷ ୫୬ ହଜାର ୮୫୩ ।
ତେବେ ଟୀକାକରଣକୁ ବର୍ଷେ ପୂରଣ ଅବସରରେ ରାଜ୍ୟରେ ପୁରୁଷ ୨ କୋଟି ୬୫ ଲକ୍ଷ ୬୨ ହଜାର ୧୦୮ ଓ ମହିଳା ୨ କୋଟି ୭୨ ଲକ୍ଷ ୯୫ ହଜାର ୭୪୮ ଜଣ ଜଣ ଟିକା ନେଇସାରିଛନ୍ତି । ତେବେ କୋଭିସିଲ୍ଡ ଟିକା ନେଇଛନ୍ତି ୪ କୋଟି ୬୯ ଲକ୍ଷ ୭୬ ହଜାର ୨୧୩ ଓ କୋଭାକ୍ସିନ ନେଇଛନ୍ତି ୭୧ ଲକ୍ଷ ୧୦୬ ଜଣ ।ଅନ୍ୟପଟେ ରାଜ୍ୟରେ ୯ ଲକ୍ଷ ୬୪ ହଜାର ୬୩୯ ଜଣ, ୧୫ ରୁ ୧୮ ବର୍ଷର ପିଲାଙ୍କୁ ଟୀକାକରଣ କରାସରିଛି ।
Powered by Froala Editor