ରାଜଧାନୀ ରାସ୍ତାରେ ଛୁରାମାଡ଼ ଘଟଣା, ୨ ଗିରଫ

ଭୁବନେଶ୍ବର:ରାଜଧାନୀ ରାସ୍ତାରେ ଛୁରାମାଡ଼ ଘଟଣା । ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଜଣକୁ ସାକ୍ଷୀ କରି ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା ।
ଭୁବନେଶ୍ବର ପ୍ରେସ ଛକରେ ଗତ ଶନିବାର ଯୁବକଙ୍କୁ ଛୁରା ମାଡ଼ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ସହିଦନଗର ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମିଲୁ ଓ ସତ୍ୟ ହୋଇଥିବା ଜଣାପଡ଼ିଛି। ମିଲୁର ଘର ଯାଜପୁର ହୋଇଥିବା ବେଳେ ସତ୍ୟର ଘର ଭଦ୍ରକ । ଉଭୟ ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଭଡ଼ା ଘରେ ରହୁଥିଲେ।ଦୁବୃର୍ତ୍ତଙ୍କ ଛୁରାମାଡରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୋଷ୍ଠୀ ସଂଘର୍ଷକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି । ଛୁରାମାଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ହତ୍ୟାକାରୀଙ୍କ ଏପରି ଉତ୍ପାତ ଓ ପୋଲିସ ପାଟ୍ରୋଲିଂକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।
Powered by Froala Editor