ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୬କର୍ମଚାରୀ କରୋନା ପଜିଟିଭ

ଭୁବନେଶ୍ୱର: ଦିନକୁ ଦିନ କରୋନା ମିଟର ଉପରମୁହାଁ ହେବାରେ ଲାଗିଛି । ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଦ୍ରୁତ ସଂକ୍ରମଣ ହେତୁ ରାଜ୍ୟବାସୀଙ୍କ ମନରେ ଛନକା ପଶିଛି । କରୋନାର ତୃତୀୟ ଲହର ଓ ଓମିକ୍ରନକୁ କିପରି ମୁକାବିଲା କରିହେବ, ଏଥିପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷପ ନେଉଛନ୍ତି । ଟିକାକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।
ଏହାରି ଭିତରେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୬ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିପାଇଁ ଏମର୍ଜେନ୍ସି ବିଭାଗକୁ ଛାଡି ଆଉଟଡୋର ଇନଡୋର ସେବାକୁ ବନ୍ଦ କରାଯାଇଛି । ଏକାବେଳେ ଡାକ୍ତରଖାନାରେ ୬କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଡାକ୍ତରଖାନାକୁ ୨୪ ଘଣ୍ଟା ବନ୍ଦ କରିଛନ୍ତି କର୍ତ୍ତୃପକ୍ଷ।
ଏହାରି ଭିତରେ ଟକାକରଣ କେନ୍ଦ୍ରକୁ ବାହାରେ ଷ୍ଟଲ ପକାଇ ଜାରି ରଖାଯାଇଥିବା ସୂଚନା ମିଳିଛି । ଏନେଇ ମେଡିକାଲ ଅଫିସର ନମିତା ପଣ୍ଡା ସୂଚନା ଦେଇଛନ୍ତି ।
Powered by Froala Editor