ବିବାହ ବନ୍ଧନରେ ବାନ୍ଧି ହେବେ ମୌନି ରାୟ, ଜାଣନ୍ତୁ କାହା ସହ ପଡ଼ିବ ହାତଗଣ୍ଠି...

ମୁମ୍ବାଇ: ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଆଉ ଜଣେ ବଲିଉଡ୍ ଅଭିନେତ୍ରୀ । ସେ ହେଲେ ମୌନି ରାୟ । ଦୁବାଇର ବିଜନେସ୍ ମ୍ୟାନ୍ ସୁରଜ ନାମ୍ବିଆରଙ୍କ ସହ ତାଙ୍କ ହାତଗଣ୍ଠି ପଡ଼ିବ ।
ମୌନି ଏକାଧିକ ଟେଲି ଧାରାବାହିକ ସହ କିଛି ଫିଲ୍ମରେ ବି କାମ କରିଛନ୍ତି । ସୁରଜଙ୍କ ସହିତ ତାଙ୍କର ଦୀର୍ଘ ଦିନ ଧରି ସମ୍ପର୍କ ଥିଲା । ଏପରିକି କିଛି ବର୍ଷ ଧରି ଉଭୟ ଡେଟ୍ କରୁଥିଲେ । ଏବେ ଉଭୟ ଜୀବନ ସାଥୀ ହେବାକୁ ଯାଉଛନ୍ତି ।
ପୂର୍ବରୁ ଖବର ଆସିଥିଲା ଯେ ମୌନି ଏବଂ ସୁରଜ ଇଟାଲୀ କିମ୍ବା ଦୁବାଇରେ ବିବାହ କରିବେ । ଏବେ ଶୁଣିବାକୁ ମିଳୁଛି ଯେ ଏବେ ଏହି ଦମ୍ପତି ଗୋଆରେ ବିବାହ କରିବାକୁ ଯାଉଛନ୍ତି । ଏଥିସହିତ ମୌନିଙ୍କ ବିବାହ ପାଇଁ ପ୍ରସ୍ତୁତି ସମ୍ବନ୍ଧୀୟ ଅନେକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି ।
ମୌନି-ସୁରଜଙ୍କ ପ୍ରୀ ୱେଡିଂ କାର୍ଯ୍ୟକ୍ରମ ଏହି ମାସର ଶେଷ ସପ୍ତାହରେ ଆରମ୍ଭ ହେବ । ବିବାହ ରୀତିନୀତି ଦୁଇ ଦିନ ଧରି ଚାଲିବ । ୱେଡିଂ ଭେନ୍ୟୁକୁ ଧଳା ରଙ୍ଗରେ ସଜାଯିବ । ପ୍ରୀ ୱେଡିଂ କାର୍ଯ୍ୟକ୍ରମ ଗୁଡିକ ଜାନୁଆରୀ ୨୬ ରୁ ଆରମ୍ଭ ହେବ । ୨୭ ଜାନୁଆରୀରେ ଦୁହିଁଙ୍କର ବିବାହ ହେବ । ଉଭୟ ଦକ୍ଷିଣ ଗୋଆର ଏକ ଫାଇଭ୍ ଷ୍ଟାର୍ ହୋଟେଲ ବୁକ୍ କରିଛନ୍ତି ।
ସେପଟେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କଟକଣା ଭିତରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ ବୋଲି କୁହାଯାଇଛି । ଏଥିରେ ଉଭୟଙ୍କ ପରିବାର ଲୋକଙ୍କ ସହିତ କିଛି ଖାସ୍ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବଲିଉଡ୍ର ବହୁ ନାମୀଦାମୀ କଳାକାର ମଧ୍ୟ ଉପସ୍ଥିତ ରହିବେ ବୋଲି ଖବର ଆସିଛି । ହେଲେ ଏନେଇ ମୌନି ଅଫିସିଆଲ୍ ଭାବେ କିଛି ଘୋଷଣା କରିନାହାନ୍ତି ।
Powered by Froala Editor