ଆଜି ରାଜ୍ୟରେ ୧୦,୦୦୦ ପାର୍ କରୋନା ପଜିଟିଭ୍
ଭୁବନେଶ୍ୱର: ଦିନକୁ ଦିନ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି । ଗତ କିଛି ଦିନ ହେବ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦୦୦୦ପାର୍ କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ରାଜ୍ୟରେ ୧୦ହଜାର ୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୫୮୩୩ଜଣ ରହିଥିବାବେଳେ ୪୨୨୬ଜଣ ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୮୭୨ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୩ହଜାର ୧୮୮ , ଅନୁଗୁଳରୁ ୪୬, କଟକରୁ ୮୭୦, ବାଲେଶ୍ୱରରୁ ୨୭୮, ବରଗଡରୁ ୭୬, ଭଦ୍ରକରୁ ୧୩୮, ବଲାଙ୍ଗୀରରୁ ୨୧୬, ବୌଦ୍ଧରୁ ୧୫, ଦେବଗଡରୁ ୧୮, ଢେଙ୍କାନାଳରୁ ୫୦, ଗଜପତିରୁ ୮୨, ଗଞ୍ଜାମରୁ ୧୫୪, ଜଗତସିଂହପୁରରୁ ୧୪୨, ଯାଜପୁରରୁ ୨୧୨, ଝାରସୁଗୁଡାରୁ ୨୧୯, କଳାହାଣ୍ଡିରୁ୧୨୩, କନ୍ଧମାଳରୁ ୩୬, କେନ୍ଦ୍ରାପଡାରୁ ୫୧, କେନ୍ଦୁଝରରୁ ୧୦୯, କେରାପୁଟରୁ ୧୫୫, ମାଲକାନାଗିରିରୁ ୧୭, ମୟୂରଭଞ୍ଜରୁ ୪୨୩, ନବରଙ୍ଗପୁରରୁ ୧୨୨, ନୟାଗଡରୁ ୧୦୨, ନୂଆପଡାରୁ ୬୬, ପୁରୀରୁ ୨୭୨, ରାୟଗଡାରୁ ୧୩୧, ସମ୍ବଲପୁରରୁ ୫୭୦, ସୋନପୁରରୁ ୧୦୬, ସୁନ୍ଦରଗଡରୁ ୧୩୪୮ଓ ରାଜ୍ୟପୁଲରୁ ୭୨୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ୧ହଜାର ୬୦୬କୁ ବୃଦ୍ଧି ପାଇଛି ।
Powered by Froala Editor