ରିଅଲ୍ ପରେ ରିଲ୍ରେ ଏକାଠି ନଜର ଆସିବେ ଭିକି-କ୍ୟାଟ୍ରିନା

ମୁମ୍ବାଇ: ଫ୍ୟାନ୍ସମାନଙ୍କୁ ଗୋଟିଏ ପରେ ଗୋଟେ ଖୁସି ଖବର ବାଣ୍ଟି ଚାଲିଛନ୍ତି ଭିକି-କ୍ୟାଟ୍ରିିନା । ନିକଟରେ ବିବାହ କରି ପ୍ରଶଂସକଙ୍କୁ ସପ୍ରାଇଜ୍ ଦେଇଥିଲେ । ଉଭୟ ରିଅଲ୍ ଲାଇଫ୍ରେ ବେଶ୍ ଖୁସିରେ ଦିନ ବିତାଉଛନ୍ତି । ବିବାହକୁ ଏକ ମାସ ପୂର୍ତ୍ତି ଅବସରରେ କ୍ୟାଟ୍ରିିନା ଭିକିଙ୍କ ସହ ଏକ ରୋମାଣ୍ଟିକ୍ ଫଟୋ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଥିଲେ । ଯାହା ଭାଇରାଲ୍ ହୋଇଥିଲା । ଏବେ ପୁଣି ଆଉ ଗୋଟେ ଖବର ଆସି ପହଞ୍ଚିଛି । ତାହା ହେଲେ ଉଭୟ ଏକାଠି ପରଦାରେ ନଜର ଆସିବେ ।
ଏହି ଦମ୍ପତି ଏପର୍ଯ୍ୟନ୍ତ ଗୋଟିଏ ବି ଫିଲ୍ମରେ ଏକାଠି କାମ କରି କରିନାହାନ୍ତି। ପ୍ରଥମ ଥର ପାଇଁ ପରଦାରେ ସେମାନଙ୍କ ଯୋଡିକୁ ଦେଖିବେ ପ୍ରଶଂସକମାନ । ନିର୍ଦ୍ଦେଶକ ଫରହାନ୍ ଅଖତରଙ୍କ ଫିଲ୍ମରେ କ୍ୟାଟ୍ରିନା କୈଫକୁ ନେବା ପାଇଁ ଫାଇନାଲ ହୋଇଥିଲା କିନ୍ତୁ ବର୍ତ୍ତମାନ ଶୁଣିବାକୁ ମିଳିଛି ଯେ ଭିକି କୌଶଲ ଏଥିରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ ।
ରିପୋର୍ଟ ଅନୁଯାୟୀ, ‘ଜି ଲେ ଜାରା’ ଫିଲ୍ମ ପାଇଁ ଭିକିଙ୍କୁ ସିଲେକ୍ଟ କରାଯାଇଛି । ଯଦି ସେ ଏହି ଫିଲ୍ମ କରିବାକୁ ରାଜି ହୁଅନ୍ତି ତେବେ ଏହା ତାଙ୍କର ପ୍ରଥମ ଫିଲ୍ମ ହେବ । ଯେଉଁଥିରେ ଅନସ୍କ୍ରିନରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ । ହେଲେ ଏବେ ଏହା କରୋନା ଯୋଗୁଁ ସ୍ଥଗିତ ରଖାଯାଇଛି ।
Powered by Froala Editor