AIIMSରେ ନୂଆ ଗାଇଡଲାଇନ ଜାରି,
ଭୁବନେଶ୍ବର: AIIMSରେ ନୂଆ ଗାଇଡଲାଇନ ଜାରି । କୋଭିଡର ସଂକ୍ରମଣ ହାର ବୃଦ୍ଧିକୁ ଦେଖି ଭୁବନେଶ୍ବର AIIMS ପକ୍ଷରୁ ପୁଣି ଟେଲି ମେଡିସନ ସେବା ଆରମ୍ଭ ନେଇ ଗୁରୁତ୍ବ । ବର୍ହି ବିଭାଗରେ ଦିନକୁ ରୋଗୀଙ୍କ ସଂଖ୍ୟା ୧୦୦ ମଧ୍ୟରେ ରଖିବାକୁ ନିଷ୍ପତ୍ତି।
କୋଭିଡ୍ ସଂକ୍ରମଣର ହାର ରୋକିବା ପାଇଁ ସମସ୍ତ ବିଭାଗରେ ଉପଯୁକ୍ତ କୋଭିଡ୍ ନିୟ କାର୍ୟ୍ୟ କରାଯିବ । ପୂର୍ବ ପରି ଟେଲି ମେଡିସିନ୍ ସେବା ସମ୍ପୂର୍ଣ୍ଣ କାର୍ୟ୍ୟକ୍ଷମ ଜାରି ରହିଛି । ତେବେ ରୋଗୀଙ୍କୁ ଏହି ସେବା ମାଧ୍ୟମରେ ଅଧିକରୁ ଅଧିକ ଉତ୍ସାହିତ କରିବା ପାଇଁ “ AIIMS ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପ୍ ଏବଂ ଟେଲି ମେଡିସିନ୍ ସେବାକୁ ମଜଭୁତ କରିବାକୁ ସମସ୍ତ ବିଭାଗକୁ ପରାମର୍ଶ ଦିଆଯାଇଛି।ଫଳରେ ସଂକ୍ରମଣ ହାର ହାସ୍ର ପାଇବାରେ ସାହାଯ୍ୟ ହେବ। ସେହିପରି ଅପରେସନ ପାଇଁ ୱାର୍ଡରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ପ୍ରାଥମିକତା ଦିଆଯିବ । ଏଥିସହ ଜରୁରୀକାଳୀନ ସେବା ରେଡିଓ ଥେରାପି, ଡାଏଲିସିସ୍, ଟ୍ରମା ଏବଂ ଟେଲି ମେଡିସିନ୍, " AIIMS ଭୁବନେଶ୍ୱର ସ୍ୱାସ୍ଥ୍ୟ" ଆପ୍, ଆଇପିଡି , ଟୀକାକରଣ , ପ୍ରତିରୋପଣ, ଆଦି ପୂର୍ବ ପରି ଜାରି ରହିବ। ଅନ୍ୟପଟେ ପ୍ରବେଶ ଦ୍ୱାରରେ ସୁରକ୍ଷାକର୍ମୀଙ୍କୁ ଡବଲ୍ ଡୋଜ ଟୀକାକରଣ ପ୍ରମାଣପତ୍ର ଦେଖାଇ ପ୍ରବେଶ କରିପାରିବେ ।
ୟୁରୋଲୋଜି, ନ୍ୟୁରୋଲୋଜି, ନେଫ୍ରୋଲୋଜି, ଏଣ୍ଡୋକ୍ରାଇନୋଲୋଜି, କାର୍ଡିଓଲୋଜି ଭଳି ବିଭାଗ ପୂର୍ବଭଳି କାର୍ୟ୍ୟ କରିବ । ଡେ-କେୟାର, ରେଡିଓଥେରାପି, ଡାଏଲିସିସ୍, ଟ୍ରମା ଏବଂ ଜରୁରୀକାଳୀନ ପରିସ୍ଥିତି, ଜରୁରୀକାଳୀନ ଜୀବନ ବଞ୍ଚାଇବା, ଟେଲି ମେଡିସିନ୍, ‘ଏମ୍ସ ଭୁବନେଶ୍ୱର ଆପ୍, ଆଇପିଡି ସେବା, ଟିକାକରଣ ସେବା, ପ୍ରତିରୋପଣ ସେବା, ଫୁସ୍ଫୁସ (ଟିକାକରଣ ଆରଏମଆରସି), ଆନାସସ୍ଥେସିଓଲୋଜି (ପିଏସି) ଏବଂ ପେନ୍ କ୍ଲିନିକ୍ ଇତ୍ୟାଦି ପୂର୍ବପରି ଜାରି ରହିବ ।
କୋଭିଡ୍ ରୋଗୀଙ୍କ ପାଇଁ ସମସ୍ତ ଆବଶ୍ୟକ ଔଷଧ ସହିତ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ରୋଗୀମାନେ ସ୍ୱାସ୍ଥ୍ୟ ସେବା ପାଇଁ ଏହାର ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବହାର କରିପାରିବେ ।
ରୋଗୀ ସିଧାସଳଖ ଡାକ୍ତରଖାନା ଆସିବା ବଦଳରେ ଟେଲିମେଡିସିନ କିମ୍ବା ଏମ୍ସ ପକ୍ଷରୁ ଜାରି କରାଯାଇଥିବା ସ୍ୱାସ୍ଥ୍ୟ ଆପ୍ର ସହାୟତା ନେବାକୁ ଏମ୍ସ ପକ୍ଷରୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ରହିଆସିଥିବା ଟେଲିମେଡିସିନ ସେବା ନମ୍ବରଗୁଡ଼ିକ ପୁଣି ଥରେ ଜାରି କରାଯାଇଥିବା ଏମ୍ସ କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor