ହେରୋଇନ ଜବତ ଘଟଣା: ମାଷ୍ଟର ମାଇଣ୍ଡ ଗିରଫ
ଭୁବନେଶ୍ୱର: ପଶ୍ଚିମବଙ୍ଗ ବର୍ଦ୍ଧମାନରେ ୬୫ କୋଟି ଟଙ୍କାର ହେରୋଇନ ଜବତ ଘଟଣାରେ ଜଳେଶ୍ୱରୁ ହେରୋଇନ କାରବାରର ମାଷ୍ଟର ମାଇଣ୍ଡ ଗିରଫ। ଜଳେଶ୍ୱରରୁ ଗରିଫ ହେଲା ଲାଲନ ଶାହା। ପୂର୍ବରୁ ଦୁଇଜଣଙ୍କୁ ଗିରଫ କରିଥିଲା ପଶ୍ଚିମବଙ୍ଗ ଏସଟିଏଫ।
ସୂଚନା ଯୋଗ୍ୟ ପଶ୍ଚିମବଙ୍ଗର ବର୍ଦ୍ଧମାନରେ କୋଲକତା ଏସଟିଏଫ ଚଢାଉ କରି ୧୩ କିଲୋ ବ୍ରାଉନସୁଗାର ସହ ୨୦ ଲକ୍ଷ ଟଙ୍କା ଜବତ କରିଥିଲା। ଏଥିସହ ୬ ଜଣଙ୍କୁ ଗିରଫ କରିଛି। ଏଥିରେ ୨ ଜଣ ଓଡିଶାର ରହିଥିଲେ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ରହିଥିଲା ୬୫ କୋଟି ଟଙ୍କା। ଫ୍ୟାକ୍ଟ୍ରିରେ ବ୍ରାଉନସୁଗାର କରି ମଣିପୁର ଏବଂ ଓଡିଶାକୁ ରପ୍ତାନୀ କରୁଥିଲେ।
Powered by Froala Editor