ପୂର୍ବତନ ବିଧାୟକ ବିଜୟ କୁମାର ଜେନାଙ୍କ ପରଲୋକ
ଗଜପତି: ପୂର୍ବତନ ବିଧାୟକ ବିଜୟ କୁମାର ଜେନାଙ୍କ ପରଲୋକ । ଗୁରାଣ୍ଡି ସ୍ଥିତ ପୈତୃକ ଘରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିବା ସୂଚନା ମିଳିଛି । ଜଣେ ଲଢୁଆ ଚାଷୀ ନେତା ଭାବେ ବେଶ୍ ପରିଚିତ ଥିଲେ ବିଜୟ କୁମାର ଜେନା ।
ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ବିଧାୟକ ଭାବେ ଦୁଇ ଦୁଇ ଥର ନିର୍ବାଚିତ ହୋଇଥିଲେ । ବିଧାୟକ ଥିବା ସମୟରେ ନିଜ ଅଞ୍ଚଳ ପାଇଁ ତାଙ୍କର ବେଶ୍ ଅବଦାନ ରହିଛି । ହୃଦଘାତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ବିଜୟ କୁମାର ଜେନା । ଗତକାଲି ବିଳମ୍ବିତ ରାତିରେ ପୈତୃକ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
Powered by Froala Editor