ହ୍ରିତିକଙ୍କ ଜନ୍ମଦିନରେ ଘରକୁ ଆସିଲା ମୋଗଲି
୪୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ବଲିଉଡ ଅଭିନେତା ହ୍ରିତିକ୍ ରୋଶନ । ଜନ୍ମ ଦିନରେ ତାଙ୍କ ଫ୍ୟାନ ମାନେ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଏଥର ଜନ୍ମ ଦିନ ସ୍ପେଶାଲ ହୋଇଛି । ଜାଣିଛନ୍ତି କ’ଣ ପାଇଁ? କାରଣ ତାଙ୍କ ଘରକୁ ଆସିଛି ମୋଗଲି । ଏଠାରୁ କହି ରଖୁଛୁ ଯେ, ମୋଗଲି ହେଉଛି ତାଙ୍କ ନୂଆ କୁକୁର ଛୁଆର ନାଁ । ତାକୁ ପାଇ ହ୍ରିତିକ ବହୁତ ଖୁସି ଅଛନ୍ତି । ଏବଂ ମୋଗଲିର ଏକ ଭିଡିଓ ଇନ୍ଷ୍ଟ୍ରାଗ୍ରାମରେ ସେୟାର କରିଛନ୍ତି ।
ଭିଡିଓ ଆରମ୍ଭରେ ମୋଗଲି ଏବଂ ହ୍ରିତିକ ରୋଶନ ଏକାଠି ଦେଖାଯାଉଛନ୍ତି । ସେ କହୁଛନ୍ତି ହେଲୋ, ହାଏ .. ହାଏ।' ପରେ ହ୍ରିତିକ ମଧ୍ୟ କୁକୁରର ନାକ ଉପରେ ଆଙ୍ଗୁଠି ଚଳାଉଛନ୍ତି। ଏହି କୁକୁରଟି ଜିମରେ ଅଛି ଏବଂ ସେ ତଳେ ବସିଛି। ଭିଡିଓ ଶେଷରେ, କୁକୁର ହ୍ରିତିକଙ୍କଠାରୁ ଦୂରେଇ ଯାଉଛନ୍ତି। ହ୍ରିତିକ କହୁଛନ୍ତି , କେଉଁଠାକୁ ଯାଉଛ? ତୁମେ କୁଆଡେ ଯାଉଛ?'
Powered by Froala Editor