ଆଜି ରାଜ୍ୟରେ ୪ ୮୯୨ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ଧୀରେଧୀରେ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି । ଗତ କିଛି ଦିନ ହେବ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୪୫୦୦ପାର୍ କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ରାଜ୍ୟରେ ୪ହଜାର ୮୯୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୮୨୩ଜଣ ରହିଥିବାବେଳେ ୨୦୦୬ଜଣ ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୪୪୮ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୯୩୩ , ଅନୁଗୁଳରୁ ୬୯, କଟକରୁ ୪୦୧, ବାଲେଶ୍ୱରରୁ ୨୧୦, ବରଗଡରୁ ୮୪, ଭଦ୍ରକରୁ ୬୯, ବଲାଙ୍ଗୀରରୁ ୧୦୪, ବୌଦ୍ଧରୁ ୬, ଦେବଗଡ଼ରୁ ୧୯ ଜଣ, ଢେଙ୍କାନାଳରୁ ୨୩ ଜଣ, ଗଞ୍ଜାମରୁ ୪୯ ଜଣ, ଗଜପତିରୁ ୩୨ ଜଣ, ଜଗତସିଂହପୁରରୁ ୪୬ ଜଣ, ଯାଜପୁରରୁ ୬୬ ଜଣ, ଝାରସୁଗୁଡ଼ାରୁ ୧୮୯ ଜଣ, କଳାହାଣ୍ଡିରୁ ୪୮ ଜଣ, କନ୍ଧମାଳରୁ ୮ ଜଣ, କେନ୍ଦ୍ରାପଡ଼ାରୁ ୨୪ ଜଣ, କେନ୍ଦୁଝରରୁ ୬୩ ଜଣ, କୋରାପୁଟରୁ ୭୭ ଜଣ, ମାଲକାନଗିରିରୁ ୧୧ ଜଣ, ମୟୂରଭଞ୍ଜରୁ ୧୬୨ ଜଣ, ନବରଙ୍ଗପୁରରୁ ୮୫ ଜଣ, ନୟାଗଡ଼ରୁ ୨୪ ଜଣ, ନୂଆପଡ଼ାରୁ ୫୧ ଜଣ, ପୁରୀରୁ ୧୩୦ ଜଣ, ରାୟଗଡ଼ାରୁ ୮୨ ଜଣ, ସମ୍ୱଲପୁରରୁ ୬୪୪ ଜଣ, ସୋନପୁରରୁ ୩୨ ଜଣ, ସୁନ୍ଦରଗଡ଼ରୁ ୮୬୯ ଜଣ ଓ ଷ୍ଟେଟ ପୁଲରୁ ୨୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୭୫ହଜାର ୪୯୮କୁ ବୃଦ୍ଧି ପାଇଛି ।
Powered by Froala Editor