ସାବଧାନ! ଆପଣ ଅଧିକ ସମୟ ଧରି ଇଅରଫୋନ ବ୍ୟବହାର କରୁଛନ୍ତି କି?
ଆଜିର ଅତ୍ୟାଧୁନିକ ଯୁଗରେ ସ୍ମାର୍ଟ ଫୋନ ଓ ଇୟରଫୋନ ର ଅତ୍ୟଧିକ ବ୍ୟବହାର ରହିଛି । ମଣିଷ ଗୋଟିଏ ଦିନ ଖାଇବା ନଖାଇଲେ ଚଳିବ କିନ୍ତୁ ଗୋଟିଏ ସେକେଣ୍ଡ ୂବି ମୋବାଇଲ ଫୋନକୁ ଛାଡ଼ିକି ରହିପାରିବେ ନାହିଁ ଠିକ ନାଁ? ଏହା ସମସ୍ତଙ୍କ ଜ୍ଞାତରେ ଥିବ କି ଏହା ଦ୍ୱାରା କ’ଣ ଅସୁବିଧା ଭୋଗ କରିବେ । କିନ୍ତୁ ଆପଣ ହୁଏତ ଏ ବିଷୟରେ ଜାଣିନଥିବେ ହେଡ଼ଫୋନ ବା ଇୟରଫୋନ ବ୍ୟବହାର କରିବା ଦ୍ୱାରା କି କି ଭୟଙ୍କର ପରିଣତି ହୋଇଥାଏ । ଏବେ ଲୋକେ ପ୍ରାୟ ସମୟରେ ସକାଳୁ ଉଠିବା ଠାରୁ ଆରମ୍ଭ କରି ବ୍ରେକଫାଷ୍ଟ, ଅଫିସ ଯିବା ସମୟରେ ଗାଡ଼ି ଚଲାଇବା ବେଳେ, କାମ କରିବା ସମୟରେ କଥା ହେବା ପାଇଁ ହେଉ କି ଗୀତ ଶୁଣିବା ପାଇଁ ଇୟରଫୋନ ବା ହେଡ଼ଫୋନ ସମସ୍ତଙ୍କ କାନରେ ଥାଏ । ଏହା କ୍ରମେ ଏକ ଟ୍ରେଣ୍ଡରେ ପରିଣତ ହୋଇସାରିଲାଣି । ଏହା ଏକ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଗଲାଣି ଯାହା ଏକ ଖରାପ ଅଭ୍ୟାସ । କିନ୍ତୁ ପ୍ରାୟ ଜାଣିନଥିବେ ଏହି ଇଅରଫୋନ ବା ହେଡ଼ଫୋନ ବ୍ୟବହାର ଦ୍ୱାରା ଆପଣ ଅନେକ ପ୍ରକାରର ରୋଗର ମଧ୍ୟ ଶୀକାର ହୋଇପାରନ୍ତି । ପ୍ରଥମେ ଏହା ଆପଣଙ୍କ ଶ୍ରବଣ ଶକ୍ତି ଉପରେ ପ୍ରଭାବ ପକାଇବ ଓ ଏହା ଦ୍ୱାରା ଆପଣ ଆପଣଙ୍କର ଶ୍ରବଣ ଶକ୍ତି ହରାଇପାରନ୍ତି ।
ରିପୋର୍ଟ ଅନୁଯାୟୀ ଯେତେବେଳେ ଆମ କାନ ୮୫ ଡେସିବେଲ୍ରୁ ଅଧିକ ଭଲ୍ୟୁମ ଶୁଣିଥାଏ । ସେତେବେଳେ ଭିତର କାନର କୋଷଗୁଡ଼ିକ ପ୍ରଭାବିତ ହେବା ଆରମ୍ଭ କରିଥାଏ। ଯାହା ଦ୍ୱାରା ହେଡଫୋନ ବ୍ୟବହାର କରୁଥିବା ଲୋକଙ୍କର ଶୁଣିବା କ୍ଷମତା ସାଧାରଣ ଲୋକଙ୍କ ଠାରୁ କମହୋଇଥାଏ ।ଅଧିକ ସମୟ ପର୍ଯ୍ୟନ୍ତ ଇଅୟଫୋନ ବ୍ୟବହାର କରୁଥିଲେ ଏହା ଶ୍ରବଣ ଶକ୍ତିକୁ କମ କରିବା ସହିତ କାନରେ ଇନ୍ଫେକ୍ସନ ବଢାଇଥାଏ । କାନରେ ଖିବା କୋଷ ଗୁଡିକ ଡ୍ୟାମେଜ ହୋଇଯାଏ ।
ଏମିତିକି ମୁଣ୍ଡର ଶୀରା ମଧ୍ୟ ପ୍ରଭାବିତ ହୋଥାଏ । କାନ ମଧ୍ୟ ବନ୍ଧା ହୋଇଥାଏ । ଏମିତିକି ସବୁଠାରୁ ବଡ କଥା ହେଉଛି ପରିବେଶର ଶବ୍ଦ ବା ଏନଭାଇରମେଣ୍ଟ ସାଉଣ୍ଡ୍କୁ ମଧ୍ୟ କାନ ଆଉ ଗ୍ରହଣ କରିପାରେ ନାହିଁ । ତେଣୁ ଅଧିକ ମାତ୍ରାରେ ହେଡଫୋନ ବ୍ୟବହାର କରନ୍ତୁ ନାହିଁ । ଯଦି ଆପଣ ସବୁଦିନେ ଏବଂ ସବୁ ସମୟରେ ଇଅୟଫୋନ ବ୍ୟବାହର କରୁଛନ୍ତି ତେବେ ଆପଣ ଟିନିଟସ ଓ ହାଇପେରାକସିସ୍ ରୋଗରେ ପଡି ପାରନ୍ତି ।
Powered by Froala Editor