ବିବାହକୁ ପୂରିଲା ମାସେ: ଭିକିଙ୍କ ସହ ରୋମାଣ୍ଟିକ୍ ଫଟୋ ସେୟାର କଲେ କ୍ୟାଟ୍ରିନା
ମୁମ୍ବାଇ: ବଲିଉଡ୍ର ଚର୍ଚ୍ଚିତ ଯୋଡ଼ି କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବିବାହକୁ ମାସେ ପୂରିଛି । ଏହି ଅବସରରେ କ୍ୟାଟ୍ରିିନା ଭିକିଙ୍କ ସହ ଏକ ରୋମାଣ୍ଟିକ୍ ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ବିବାହର ପ୍ରଥମ ମାସକୁ ଏକାଠି ପାଳନ କରୁଥିବାର ନଜର ଆସିଛନ୍ତି । ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ କ୍ୟାଟ୍ରିନା ଫଟୋ ଛାଡ଼ିବା ପରେ ଏହା ଖୁବ୍ କମ୍ ସମୟରେ ଭାଇରାଲ୍ ହୋଇଛି । ଫ୍ୟାନ୍ସ ଓ ପ୍ରଶଂସକମାନେ ସୁନ୍ଦର କମେଣ୍ଟ କରିବା ସହିତ ଲାଇକ୍ କରିଛନ୍ତି ।
ଫଟୋରେ କ୍ୟାଟ୍ରିନା ଭିକିଙ୍କୁ ଆଲିଙ୍ଗନ କରୁଥିବା ବେଳେ ଦୁହେଁ ବହୁତ ଖୁସି ଥିବାର ନଜର ନଜର ଆସିଛନ୍ତି । ଏହି ସୁନ୍ଦର ଫଟୋକୁ କ୍ୟାଟ୍ରିନା ସେୟାର କରିଥିବା ବେଳେ କ୍ୟାପସନରେ ଲେଖିଛନ୍ତି କି ‘ହାପି ୱାନ ମନଥ୍ ମାଇଁ ଲଭ୍’ ।
Powered by Froala Editor