ନୋରାଙ୍କ କରୋନା ରିପୋର୍ଟ ନେଗେଟିଭ୍, ପ୍ରଶଂସକଙ୍କୁ ଦେଲେ ବଧାଇ
ନୂଆଦିଲ୍ଲୀ: ବଲିଉଡ୍ ସୁନ୍ଦରୀ ନୋରା ଫତେହି ନିକଟରେ କରୋନା ସଂକ୍ରମିତ ହୋଇଥିଲେ । ଏବେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଏନେଇ ନୋରା ଇନ୍ଷ୍ଟାଗ୍ରାମ୍ ଯୋଗେ ସୂଚନା ଦେଇଛନ୍ତି । ଏଥିସହିତ ତାଙ୍କ ପ୍ରଶଂସକ ଓ ଶୁଭେଚ୍ଛୁଙ୍କୁ ବଧାଇ ଜଣାଇଛନ୍ତି ।
ନୋରା ତାଙ୍କ ଇନ୍ଷ୍ଟା ଆକାଉଣ୍ଟରେ କହିଛନ୍ତି, ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ସ୍ୱାସ୍ଥ୍ୟ ଏବେ ଠିକ୍ ଅଛି । ଆପଣଙ୍କ ପ୍ରାର୍ଥନା ପାଇଁ ବହୁତ ଧନ୍ୟବାଦ । ଯେଉଁମାନେ ମୋତେ ସୁନ୍ଦର ବାର୍ତ୍ତା ଦେଇଛନ୍ତି ସେମାନଙ୍କୁ ଅଶେଷ ଧନ୍ୟବାଦ । ଖୁବ୍ଶୀଘ୍ର ମୁଁ କାମକୁ ଫେରିବି । ନୂଆ ବର୍ଷରେ ମୁଁ ନିଜକୁ ମଜଭୁତର କରିବା ସହିତ କାମ କରିବାକୁ ଚାହୁଁଛି । ଆପଣ ସମସ୍ତେ ସୁରକ୍ଷିତ ରୁହନ୍ତୁ । ଏଥିସହିତ କୋଭିଡ୍ ନିୟମ ସଠିକ୍ ଭାବେ ପାଳନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ସଠିକ୍ ଭାବେ ମାସ୍କ ପିନ୍ଧିବା, ଭିଡ଼ରୁ ଦୂରେଇ ରହିବା ଓ ହାତକୁ ଭଲ ଭାବେ ସଫା ରଖିବାକୁ କହିଛନ୍ତି ।
Powered by Froala Editor