ଗର୍ଭାବସ୍ଥାରେ ନିଅନ୍ତୁ ନିଜ ଶରୀରର ଯତ୍ନ
ମହିଳା ପାଇଁ ଗର୍ଭାବସ୍ଥା ଏକ କୋମଳ ପରିସ୍ଥିତି ଯେଉଁଠି ସେମାନଙ୍କର ଅଧିକ ଯତ୍ନ ନେବାକୁ ହୋଇଥାଏ । ମହିଳା ମାନଙ୍କ ଏହି ସମୟରେ ବହୁତ ଶାରୀରିକ ସମସ୍ୟା ଦେଖାଯାଇଥାଏ । ଗର୍ଭାବସ୍ଥା ସମୟରେ ମହିଳାଟିଏ ମାନସିକ ରୂପରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏହି ପରିବର୍ତ୍ତନକୁ ଓ ଶାରୀରିକ ଅସୁସ୍ଥତାକୁ କିଛି ଲୋକ ବହୁତ ଖାମଖେୟାଲରେ ଗ୍ରହଣ କରନ୍ତି, ଯଦ୍ୱାରା ମହିଳା ଓ ତା ଗର୍ଭରେ ବଢ଼ୁଥିବା ଶିଶୁଟିକୁ ବହୁତ କଷ୍ଟ ସହିବାକୁ ପଢ଼ିଥାଏ । ଏହି ସମସ୍ୟା ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଗ୍ୟାସ ଓ ମୁଣ୍ଡବିନ୍ଧା ସମସ୍ୟା । ଏହି ସମୟରେ ମହିଳାଙ୍କୁ ଅଧିକ ଭୋକ ଲାଗିବା ସହିତ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ । କିମ୍ବା ଅନ୍ୟକିଛି କାରଣରୁ ଅଧିକ ସମୟ ପର୍ଯ୍ୟନ୍ତ ଭୋକ ନଲାଗିବା ଦ୍ୱାରା ପେଟ ଖାଲି ହୋଇ ଗ୍ୟାସ ଓ ମୁଣ୍ଡବିନ୍ଧା ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏଥିରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ସମ୍ପର୍କରେ ।
- କାକୁଡ଼ି,ମୂଳା,ଗାଜର,ଟମାଟୋ,ପାଳଙ୍ଗ ଆଦିକୁ ସାଲାଡ଼ କରି ପ୍ରତିଦିନ ଖାଦ୍ୟରେ ଗ୍ରହଣ କରିବା ଉଚିତ, ଯାହାଦ୍ୱାରା ଏହି ଗ୍ୟାସ ସମସ୍ୟା ଦେଖାଯାଇନଥାଏ ।
- ଲେମ୍ବୁ ଗ୍ୟାସ ସମସ୍ୟା ଦୂର କରିବାରେ ବେଶ ସହାୟକ ହୋଇଥାଏ । ଗୋଟିଏ ପାତ୍ରରେ ଲେମ୍ବୁ ରସ ଚିପୁଡ଼ି ସେଥିରେ ଅଳ୍ପ ପାନମହୁରୀ ଗୁଣ୍ଡ ଏବଂ କଳା ଲୁଣ ମିଶାଇ କିଛି ଦିନ ସେବନ କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ଉପଶମ ମିଳିବ ।
- ଖାଦ୍ୟ ଖାଇବା ପୂର୍ବରୁ ଜୁଆଣିରେ କଳାଲୁଣ ମିଶାଇ ସେବନ କରନ୍ତୁ । ଏହାକୁ ଖାଦ୍ୟ ଖାଇବା ପରେ ମଧ୍ୟ ସେବନ କରି ପାରିବେ ।
- ଗର୍ଭାବସ୍ଥା ସମୟରେ ଗ୍ୟାସ ସମସ୍ୟା ଦୂର କରିବା ପାଇଁ ଫାଲସା ମଧ୍ୟ ବହୁତ ଉପକାରୀ ହୋଇଥାଏ । ଏଥିପାଇଁ ଫାଲସାରେ ମିଶ୍ରି, କଳାଲୁଣ ଏବଂ ଲେମ୍ବୁ ମିଶାଇ ପ୍ରତିଦିନ ସେବନ କରନ୍ତୁ ।
- ୨୦ଗ୍ରାମ ସୈନ୍ଧବ୍ୟ ଲୁଣ ଏବଂ ୫୦ ଗ୍ରାମ ଚିନିକୁ ଏକାଠି ମିଶାଇ ପେଶି ନିଅନ୍ତୁ । ପ୍ରତିଦିନ ଏହାକୁ ଖାଦ୍ୟ ଖାଇବା ପରେ ସେବନ କରିବା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଯାଇଥାଏ ।
Powered by Froala Editor