ଝୁଲଣଙ୍କ ଚରିତ୍ରରେ ନଜର ଆସିବେ ଅନୁଷ୍କା

ବାୟୋପିକ୍ ଫିଲ୍ମ ପ୍ରତି ଅଧିକ ଢଳୁଛନ୍ତି କଳାକାର । ତେବେ ଦୀର୍ଘ ଦିନ ପରେ କମବ୍ୟାକ୍ କରି ବାୟୋପିକ୍ ଫିଲ୍ମ କରିବାକୁ ବାଛିଛନ୍ତି ଅନୁଷ୍କା ଶର୍ମା । ଭାରତୀୟ ମହିଳା କ୍ରିକେଟର ଝୁଲଣ ଗୋସ୍ୱାମୀଙ୍କ ଚରିତ୍ରରେ ନଜର ଆସିବେ ଅନୁଷ୍କା । ଯେଉଁ ଫିଲ୍ମର ନାଁ ହେଉଛି ଚକଦା ଏକ୍ସପ୍ରେସ । ଏହି ଫିଲ୍ମ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହେବ । ଫିଲ୍ମର ଟିଜର ଅନୁଷ୍କା ଶର୍ମା ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଫିଲ୍ମର ଟିଜର ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି କି ବାସ୍ତବରେ ଏହା ଏକ ସ୍ୱତନ୍ତ୍ର ଫିଲ୍ମ । କାରଣ ଏହା ବଳିଦାନର ଏକ ଜବରଦସ୍ତ କାହାଣୀ ।
ଚକଦା ଏକ୍ସପ୍ରେସ ପୂର୍ବତନ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ଝୁଲଣ ଗୋସ୍ୱାମୀଙ୍କ ଜୀବନୀ ଉପରେ ଏହା ଆଧାରିତ । ଯେତେବେଳେ ଝୁଲଣ କ୍ରିକେଟର ହେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବିଶ୍ୱସ୍ତରରେ ଭାରତକୁ ଗର୍ବିତ କରିଥିଲେ, ସେତେବେଳେ ମହିଳାମାନଙ୍କ ପାଇଁ ଖେଳିବା ବିଷୟରେ ଚିନ୍ତା କରିବା ମଧ୍ୟ କଷ୍ଟସାଧ୍ୟ ଥିଲା । ଏହି ଫିଲ୍ମଟି ଅନେକ ଉଦାହରଣର ନାଟକୀୟ ରିଟେଲିଂ ଯାହା ଝୁଲଣ ଗୋସ୍ୱାମୀଙ୍କ ଜୀବନୀ ଏବଂ ମହିଳା କ୍ରିକେଟକୁ ଏକ ରୂପ ଦେଇଛି ବୋଲି ଲେଖିଛନ୍ତି ଅନୁଷ୍କା ।
ସୂଚନା ଯେ, ଦୀର୍ଘ ତିନି ବର୍ଷ ପରେ ବଲିଉଡକୁ ଫେରିଛନ୍ତି ଅନୁଷ୍କା ଶର୍ମା । ତିନି ବର୍ଷର ବିରତି ପରେ ଏବେ ଚକଦା ଏକ୍ସପ୍ରେସ କରିବେ ଅନୁଷ୍କା । ଶେଷ ଥର ପାଇଁ ୨୦୧୮ ମସିହାରେ ଶାହାରୁଖ ଖାନ ଷ୍ଟାରର ’ଜିରୋ’ ଫିଲ୍ମରେ ଶେଷ ଥର ପାଇଁ ଅଭିନୟ କରିଥିଲେ ଅନୁଷ୍କା । ଏହା ପରେ ବିରାଟ କୋହଲିଙ୍କ ସହ ବିବାହ ପରେ ବଲିଉଡରୁ ବିରତି ନେଇଥିଲେ ସେ ।
Powered by Froala Editor