ଅଭିନେତ୍ରୀ ସୋମିଙ୍କ ବିବାହ ପ୍ରସ୍ତାବକୁ କ’ଣ ପାଇଁ ମନା କରିଥିଲେ ଭାଇଜାନ୍, ଜାଣନ୍ତୁ ପୂରା ଘଟଣା...

ମୁମ୍ବାଇ: ଫିଲ୍ମ ‘ମେନେ ପ୍ୟାର୍ କିୟା' ଦେଖିବା ପରେ ମୁଁ ଏକ ପ୍ରକାର ପାଗଳ ହୋଇ ଯାଇଥିଲି । ସଲମାନ୍ଙ୍କ ପ୍ରତି ମୋର ଦୁର୍ବଳତା ଆସି ଯାଇଥିଲା । ତାଙ୍କ ପାଇଁ ସବୁକିଛି କରିବାକୁ ମୁଁ ପ୍ରସ୍ତୁତ ଥିଲି । ଏପରିକି ପାକିସ୍ତାନ ଛାଡ଼ି ଭାରତ ଆସିବାକୁ ସ୍ଥିର କରିଥିଲି । ସେତେବେଳେ ମୋର ବୟସ ମାତ୍ର ୧୬ ଥିଲା । ମୁଁ ମୁମ୍ବାଇ ଯାଇ ସଲମାନ୍ଙ୍କୁ ବିବାହ କରିପାରିବି ଏହା ଏକ ପରିହାସ ଥିଲା । କିନ୍ତୁ ମୁଁ ଭାରତ ଆସିଥିଲି । ଆଉ ସଲମାନ୍ଙ୍କୁ ବିବାହ ପାଇଁ ପ୍ରସ୍ତାବ ବି ଦେଇଥିଲି । କିନ୍ତୁ ତାଙ୍କର ଏକ ଗର୍ଲଫ୍ରେଣ୍ଡ ଥିବା କହି ସେ ଏହାକୁ ଏଡାଇ ଯାଇଥିଲେ । ନିକଟରେ ଏକ ସାକ୍ଷାତକାରରେ ଏଭଳି କିଛି ଖୁଲାସା କରିଛନ୍ତି ଅଭିନେତ୍ରୀ ପାକିସ୍ତାନ-ଆମେରିକୀୟ ଅଭିନେତ୍ରୀ ସୋମି ଅଲି ।
ଏହି ଘଟଣାର ମାତ୍ର ଗୋଟିଏ ବର୍ଷ ପରେ ସଲମାନ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଭୁଲି ସୋମିଙ୍କ ନିକଟତର ହୋଇଥିଲେ । କୁହାଯାଏ ସୋମି ଏବଂ ସଲମାନଙ୍କ ସମ୍ପର୍କ ୧୯୯୧ରୁ ୧୯୯୯ ପର୍ଯ୍ୟନ୍ତ ଚାଲିଥିଲା । ଉଭୟଙ୍କ ସମ୍ପର୍କକୁ ନେଇ ୯୦ ଦଶକରେ ବେଶ୍ ଆଲୋଚନା ହେଉଥିଲା । ଏହା ସେତେବେଳେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସବୁଠି ଚର୍ଚ୍ଚାର ବିଷୟ ପାଲଟିଥିଲା । ଏପରିକି ଉଭୟଙ୍କୁ ଏକାଠି ଦେଖିବାକୁ ଅନେକ ଫ୍ୟାନ୍ କହିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ସମ୍ପର୍କ ବେଶି ଦିନ ତିଷ୍ଟି ପାରି ନଥିଲା ।
Powered by Froala Editor