OTT ପ୍ଲାଟଫର୍ମକୁ ଓହ୍ଲାଇବ ପୁଷ୍ପା

ସୁକୁମାରଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଫିଲ୍ମ ପୁଷ୍ପା ବକ୍ସ ଅଫିସରେ ଦମଦାର ବ୍ୟବସାୟ କରିବା ପରେ ଏବେ OTT ମୁହାଁ । ଆସନ୍ତା ଜାନୁଆରୀ ୭ ତାରିଖରେ ଏହି ଫିଲ୍ମରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ। ତାମିଲ, ମଲୟାଲମ, କନ୍ନଡ ଭାଷାରେ ଏହି ଫିଲ୍ମ ଉପଲବ୍ଧ ହେବ । ତେବେ ହିନ୍ଦୀ ଭାଷାରେ ରିଲିଜ ହେବ ନାହିଁ।
ବଡ଼ ସ୍କ୍ରିନରେ ଦର୍ଶକଙ୍କୁ ମନୋରଞ୍ଜନ କରିବା ପରେ ଏବେ OTTରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଯାଉଛି ପୁଷ୍ପା । ଏହି ଫିଲ୍ମ ପ୍ରେକ୍ଷାଳୟରେ ଭଲ ବ୍ୟବସାୟ କରିଛି । ଏହି ଫିଲ୍ମର ମୋଟ ବକ୍ସ ଅଫିସ କଲେକସନ ପ୍ରାୟ ୩୦୦ କୋଟିରେ ପହଞ୍ଚିଛି । ଖାସ୍ କରି ହିନ୍ଦୀ ଭାଷାରେ ଏହି ଫିଲ୍ମ ଭଲ ବ୍ୟବସାୟ କରିଛି ।
ସୁକୁମାରଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ବ୍ୟତୀତ ରଶ୍ମିକା ମନ୍ଦାନା ଲିଡ୍ ରୋଲରେ ରହିଥିଲେ । ଅଲ୍ଲୁ ଅର୍ଜୁନ କହିଛନ୍ତି, ‘ଯେତେବେଳେ ମୁଁ ଏହି ଫିଲ୍ମର ସ୍କ୍ରିପ୍ଟ ପଢ଼ିଥିଲି ସେତେବେଳେ ତୁରନ୍ତୁ ମୋତେ ତାହା ଠିକ୍ ଲାଗିଥିଲା। ଏହି ଚରିତ୍ରରେ ଅନେକ କିଛି ଜିନିଷ ଉପରେ ରିସର୍ଚ୍ଚ କରାଯାଇ ଟିକିନିଖି ରୂପେ ଯୋଡା ଯାଇଛି। ମୁଁ ଏହି ପ୍ରକାରର ଚରିତ୍ରରେ କେବେ ବି ନିଜ କ୍ୟାରିଅରେ ପୂର୍ବରୁ ଅଭିନୟ କରିନଥିଲି। ପ୍ରାଇମ୍ ଭିଡିଓରେ ରିଲିଜ୍ ହେବା ସହିତ ଏହି ଫିଲ୍ମଟି ସମଗ୍ର ବିଶ୍ୱରେ ଦର୍ଶକଙ୍କ ନିକଟରେ ପହଞ୍ଚିବ, ତାକୁ ନେଇ ମୁଁ ବେଶ୍ ଉତ୍ସାହିତ ବୋଲି କହିଛନ୍ତି ଅଲ୍ଲୁ ଅର୍ଜୁନ।’
Powered by Froala Editor